ରାୟଗଡ଼ା(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଥିବା ମିଶନ ଶକ୍ତି ମାଧ୍ୟମରେ ବ୍ଲକର ୨୧ ଗୋଟି ପଞ୍ଚାୟତରେ ତୃଣ ମୂଲ ସ୍ତରରେ କାର୍ଯ୍ୟ କରୁଥିବା ଏମବୀକେ, ସିଆରପି, ବ୍ୟାଙ୍କ୍ ମିତ୍ର କୃଷି ମିତ୍ର, ପ୍ରାଣୀ ମିତ୍ର, ଉକ୍ତ ପାଞ୍ଚ ଗୋଟି କ୍ୟାଡ଼ର କମୁନିଟି ଷ୍ଟାପଙ୍କ ଦୀର୍ଘ୍ ବର୍ଷ ହେବ ସରକାରଙ୍କର ସମସ୍ତ ଯୋଜନା ତୃଣମୂଳ ସ୍ତରରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ଆସୁଛନ୍ତି l କିନ୍ତୁ ଛଅ ମାସ ହେବ ପାରିଶ୍ରାମିକ ଦିଆଯାଉନଥିବା ବିଷୟ ଅନେକ ଥର ମିଶନ ଶକ୍ତିର ଅଧିକାରିଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାରିଶ୍ରାମିକ ଅର୍ଥ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ l ତେଣୁ ଉକ୍ତ ବିଷୟର ସମାଧାନ ହେଉନଥିବାରୁ ୨୫/୦୯/୨୦୨୪ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କାରିବୁ ବୋଲି ଏକ ସ୍ଵାରକ୍ ପତ୍ର ସ୍ଥାନୀୟ ବି ଡିଓଙ୍କୁ ପ୍ରଦାନ କରିଛନ୍ତି l ଉକ୍ତ ବିଷୟରେ ବିପିଏମ୍ ସିଏଚ ତ୍ରିପତିଙ୍କୁ ପଚାରିବାରୁ ପ୍ରତି ବର୍ଷ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦିଆଯାଉଛି l ସେହିପରି ଚଳିତ ବର୍ଷ ଫେବୃଆରୀ ମାସରେ ପଠାଇ ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ବୋଲି ପ୍ରତିକ୍ରିୟାରେ କହିଥିଲେ l