ଖୋର୍ଦ୍ଧା(ସୁର୍ଯ୍ୟକାନ୍ତ ଦଳେଇ): ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ତଳ ଗୁଣ୍ଠୁଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ବାରମ୍ବାର ସ୍ତ୍ରୀକୁ ଦେଉଥିଲା ନିର୍ଯ୍ୟାତନା । ସ୍ତ୍ରୀକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା ସ୍ୱାମୀ । ଚୁଲିରଡ ହଣ୍ଡାଏ ଟକମକ ଗରମ ପାଣି କରି ସ୍ତ୍ରୀ ଉପରେ ଢାଳିଦେଲା ସ୍ୱାମୀ । ସ୍ତ୍ରୀ ଗୁରୁତର ହୋଇ ଭୂବନେଶ୍ୱର ଏମସ୍ ହସପିଟାଲରେ ମୃତ୍ୟୁ ସହିତ ସଂଗ୍ରାମରତ।ସୂଚନାରୁ ଜଣାପଡିଛି ଗୋଳବାଇ ତଳଗୁଣ୍ଠୁଣୀ ଗ୍ରାମର ଅନୁଆ ସାମନ୍ତରାୟ ତାଙ୍କ ସ୍ତ୍ରୀ ସଂଜୁଲତାକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ସଂଜୂଲତା ଭୟରେ ତାଙ୍କ ବାପା ଘରେ ରହି ଆସୁଥିଲେ । ସୋମବାର ଦିନ ସଂଜୂଲତା ରାସନ କାର୍ଡ ଆଧାର ଲିଙ୍କ କରିବା ପାଇଁ ଗୁଣ୍ଠୁଣୀ ଘରକୁ ଆସିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସ୍ୱାମୀ ଏକ ହଣ୍ଡାରେ ଟକମକ ଗରମ ପାଣି କରି ରଖିଥିଲେ । ସ୍ତ୍ରୀ ସଂଜୂଲତା ଘରକୁ ଆସିବାକ୍ଷଣି ସ୍ୱାମୀ ଅନୁଆ ସାମନ୍ତରାୟ ସୁଯୋଗ ଉଣ୍ଡି ଗରମ ପାଣି ହଣ୍ଡାଏ ସ୍ତ୍ରୀ ଉପରେ ଢାଳିଦେଲେ । ଗରମ ପାଣିରେ ପୋଡିଗଲେ ସ୍ତ୍ରୀ ସଂଜୁଲତା । ଆହତ ମହିଳାଙ୍କୁ ପ୍ରଥମେ ଟାଗିଂ ମେଡ଼ିକାଲ ପରେ ଖୋର୍ଦ୍ଧା ମେଡ଼ିକାଲ ଓ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱର ଏମସ ହସପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରିବାର ଲୋକେ ଅଭିଯୁକ୍ତ ଅନିଆକୁ ଧରି ଜଂଙ୍କିଆ ଥାନା ପୁଲିସର ଜିମା ଦେଇଛନ୍ତି । ପୁଲିସ ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଅନିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।