ଭଞ୍ଜନଗର(ନିଲୁ ବିଷୋୟୀ): ଦୁଇ ଧରି କ୍ରମାଗତ ଲଘୁଚାପ ବର୍ଷାରେ ଭଞ୍ଜନଗର ସହରର ବେଲଗୁଣ୍ଠା ରୋଡ଼ରେ ଥିବା କଳିଙ୍ଗନଗର ପ୍ରଥମ ଗଳି ଓ ଦ୍ଵିତୀୟ ଗଳି ଜଳାର୍ଣ୍ଣବ ହୋଇଛି । ପାଣିର ସ୍ତର ଏତେ ଅଧିକଯେ ସମଗ୍ର ରାସ୍ତା ଓ ଘରର ପାହାଚ ମଧ୍ୟ ପାଣିରେ ବୁଡ଼ି ରହିଛି । ଛୋଟ ପିଲାମାନେ ସ୍କୁଲଙ୍କୁ ଯିବା ସମ୍ପୂର୍ଣ ବନ୍ଦ ହୋଇଥିବା ବେଳେ ବରିଷ୍ଠ ନାଗରୀକ ଏବଂ ମହିଳାମାନେ ମଧ୍ୟ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ବିଗତ କିଛି ଦିନ ତଳେ ମୌସୁମୀ ବର୍ଷାରେ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ପ୍ରତିବାଦ କରାଯାଇଥିଲା । ସମାଧାନ ପାଇଁ ବିଜ୍ଞାପିତ ଅଞ୍ଚଳ ତରଫରୁ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଇଥିଲା । ଏଣୁ ବର୍ତ୍ତମାନ ମଧ୍ୟ ସେହିଭଳି ଜଳ ନିଷ୍କାସନ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି । ବାରମ୍ବାର ଏହି ଭଳି ସମସ୍ୟା ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ସକାଶେ ଡ୍ରେନ ବ୍ୟବସ୍ଥା କରି ଜଳ ନିଷ୍କାସନର ବ୍ୟବସ୍ଥା କରିବା ସକାଶେ କଳିଙ୍ଗନଗରର ରାଜେନ୍ଦ୍ର ପଣ୍ଡା, ରମେଶ ମେଦିନୀ ରାୟ, ରାମଚନ୍ଦ୍ର ମିଶ୍ର, ଅଶୋକ ପୋଲାଈ, କୁନା ନାୟକ, ଗୋପାଳ ଚନ୍ଦ୍ର ଦାସ, କବିରାଜ ପାଳ ପ୍ରମୁଖ ଦାବି କରିଛନ୍ତି ।