ରାୟଗଡ(ଟିକି ଲିମା): ପରିବେଶ ସୁରକ୍ଷା ଜୀବନ ରକ୍ଷା ଅର୍ଥାତ ଯଦି ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରହିଲେ ଜନସାଧାରଣ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇପାରିବେ l ତେଣୁ ଏହି ପ୍ରରିପେକ୍ଷୀରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ କାର୍ଯ୍ୟକ୍ରମ ବି.ଆର.ସି ସ୍ୱରୂପ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ପ୍ଲାଷ୍ଟିକ ପଲିଥିନ ସହ ବିଭିନ୍ନ ସ୍ଥାନମାନଙ୍କରେ ପଡ଼ି ରହୁ ଥିବା ଦ୍ୱାରା ମଶା, ମାଛି ଜନ୍ମ ହୋଇ ପରିବେଶ ଦୂଷିତ ହୋଇ ମଣିଷକୁ ରୋଗଗ୍ରସ୍ତ କରିଥାଏ l ତେଣୁ ସରକାରଙ୍କ ଆଦେଶ ଅନୁଯାୟୀ ସ୍ଵଛ ଭାରତ ଅଭିଯାନ ରାୟଗଡ଼ ଶିବ ମନ୍ଦିର ନିକଟରୁ ଏକ ସଭା ଯାତ୍ରାରେ ବାହାରି ବ୍ଲକ୍ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ନାରା ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବିଡ଼ିଓ ସୁଧୀର କୁମାର ସିଂ ଚେୟାରମେନ ପୁର୍ଣ୍ଣବାସି ନାୟକ, ଜିପିଓ ସେନା ପତି ଶବର, ପେଶା ସଂଯଜକ ଶ୍ରୀଧର ଦାସ ଏସଡିସି, ପ୍ରଫୁଲ୍ଲ କୁମାର ନଗବୋଂଶ ରାୟଗଡ଼ ସରପଞ୍ଚ ସୁଷମା ଶବର, ସମସ୍ତ ଜିପିର ୱାଡ ମେମ୍ବର, ସମସ୍ତ ଜେଇ ଏବଂ ବ୍ଲକର କର୍ମଚାରି ଅଂଶ ଗ୍ରହଣ କରିଥିଲେ l