ସାର୍ବଜନୀନ ଦୁର୍ଗା ପୂଜା ଲଡୁଗାଁ, ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ….

କୋକସରା(ତ୍ରିଲୋକ୍ୟ ବେଶ୍ରା): ଧରା ପୃଷ୍ଠକୁ ଆସିଛି ପାର୍ବଣ ଋତୁ, ଧରାବତରଣ କରିଛନ୍ତି ମା ଜଗତ ଜନନୀ ଦୁର୍ଗା । ଅନେକ ସ୍ଥାନରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବୁଧବାର କୋକସରା ବ୍ଲକ ଲଡୁଗାଁ ଠାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ ଦୁର୍ଗାଦେବୀଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ତିଥିରେ ପୂଜାକର୍ତ୍ତା ନିଲେଶ ଅଗ୍ରୱାଲ ଓ ଶ୍ରୀମତୀ ରୋଶନି ଅଗ୍ରୱାଲ ସପତ୍ନୀକ ମାଟି ପୂଜନ ପାଇଁ ପୁଜକ ଗୋପାଳ ଚନ୍ଦ୍ର ଠାକୁର ଙ୍କ ପୂଜାର୍ଚ୍ଚନା ପରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ମାଟି ଅନୁକୂଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁର୍ଗା ପୂଜା କମିଟିର ସଭାପତି ବନମାଳୀ ମାଝୀ, ସମ୍ପାଦକ ମୋହନ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ,କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ବିସିକେଶନ ଠାକୁର, ଉପଦେଷ୍ଟା ରାଜୀବ କୁମାର ଅଗ୍ରୱାଲ,ଧ୍ୱଜ ମହାନନ୍ଦ, ରବି ନାରାୟଣ ଦାସ, ଆଲୋକ ଦାସ ସମେତ ଲଡୁଗାଁର ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।