ସୋରିଷମୂଳୀ ଓ ଢୋଲପିଠା ଗ୍ରାମରୁ ଜବରଦଖଲ ଉଚ୍ଛେଦ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଧିନ ସୋରିଷମୂଳୀ ଗ୍ରାମରେ ରାସ୍ତା ପ୍ରଶସ୍ତି କରଣ ପାଇଁ ଜବରଦଖଲ ଉଚ୍ଛେଦ ହୋଇଛି । ପହଣ୍ଡା ଛକରୁ ଗାଲେରୀ ଅଭିମୁଖେ ଯାଇଥିବା ରାଜ୍ୟ ରାଜପଥ ଉପରେ ଜବରଦଖଲ କରି ନିର୍ମାଣ ହୋଇଥିବା ଘରକୁ ହଟାଇବା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ଅବଗତି କରାଯାଇଥିବା ବେଳେ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବରଦଖଲ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ପହଣ୍ଡା ଠାରୁ ଗାଲେରୀ ରାସ୍ତାର ଉନ୍ନତିକରଣ ଚାଲିଥିବା ବେଳେ ଏହାର ଚଉଡା କରିବା ପାଇଁ ରସ୍ତାକଡରେ ଜବର ଦଖଲ କରି ରହିଥିବା ଘରକୁ ଭଙ୍ଗାଯିବା ନେଇ ପୂର୍ବରୁ ଚିହ୍ନଟ କରାଯାଇଥିଲା । କିଛି ବ୍ୟକ୍ତି ନିଜେ ଭାଙ୍ଗି ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରି ନିର୍ଦ୍ଧାରିତ ସ୍ଥାନରୁ ଜବର ଦଖଲ ହଟାଯାଇଥିଲା । ମଙ୍ଗଳବାର ସୋରିଷମୂଳୀ ଗ୍ରାମର ପ୍ରାୟ ୧୩୪ ଟି ଏବଂ ଢୋଲପିଠା ଗ୍ରାମର ୧୮ ଜବର ଦଖଲ ହଟା ଯାଇଥିଲା । ଏଥିସହ ଆଗାମୀ ଦିନରେ ରାସ୍ତାକଡରେ ଥିବା ଆଉ କିଛି ଗ୍ରାମରୁ ମଧ୍ୟ ଏଭଳି ଜବର ଦଖଲା ହଟାଯିବ ବୋଲି ଜଣାପଡିଛି । ତହସିଲଦାର ଉମାଶଙ୍କର ବେହେରାଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ରହିଥିବା ଅତିରିକ୍ତ ତହସିଲଦାର ଅବିନାଶ ମାହାର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ପ୍ରତାପ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଇଂ ପ୍ରକାଶ ବାରିକଙ୍କ ସମେତ ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ତାରସିଂ ଓ ଭଞ୍ଜନଗର ଥାନାର ଅଧିକାରୀ ଓ ବ୍ୟପକ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ ।