କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ସରବେରେଣୀ ଗାଁରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ । ନିଜ ଘର କାନ୍ଥରେ ସୁଇସାଇଡ ନୋଟ ଲେଖି ଘର ପାଖ ଆମ୍ବ ଗଛରେ ଆତ୍ମହତ୍ୟା କରି ଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଜଣଙ୍କ ସରବେରେଣୀ ଗାଁର ଅଥାନୀ ମହାଭୋଇଙ୍କ ବଡ଼ପୁଅ ରାକେଶ ମହାଭୋଇ l ରାକେଶ ୨୦୨୧ ମସିହା ଜୁଲାଇ ମାସରେ ବୈଦିକ ରୀତିରେ ଢେଙ୍କାନାଳ ସହରରେ ବିବାହ କରିଥିଲେ । ବିବାହ ପରଠାରୁ ବୋହୂ ବାପ ଘରେ ରହି ଆସୁଥିବା ଅଭିଯୋଗ କରିଛନ୍ତି ରାକେଶଙ୍କ ମାଆ । ମାନସିକ ଚାପରେ ଥିବା ରାକେଶ ନିଜ ବେଡ଼ ରୁମର ତିନୋଟି କାନ୍ଥରେ ୪ଟି ପାର୍ଟରେ ନିଜ ମନର ବେଦନାକୁ ପ୍ରକାଶ କରିଛନ୍ତି । ଏପରିକି ତାଙ୍କ ମୃତ୍ୟୁରେ ବାପା ମାଆ କୌଣସି ଦାୟୀ ନଥିବା ସେ ପ୍ରକାଶ କରିଛନ୍ତି । ଆଜି ତାଙ୍କର ମୃତ ଦେହ ଘର ପାଖରେ ଥିବା ଏକ ଆମ୍ବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରି ଦେଇଛି ।