ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ତାରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରକ୍ତଦାନ ଶିବିରରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ତଥା ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । କଳାହାଣ୍ଡି ସାଂସଦ ମାଳବିକା ଦେଓ, ଖରିଆରରୋଡ୍ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ସାଧାରଣ ସଂପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ସୁଶାନ୍ତ ପତି, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ସଦାନନ୍ଦ ଯୋଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଣ୍ତଳ ସଭାପତି ଚନ୍ଦନ ଠାକୁର, ଶତୃଘ୍ନ ସ୍ଵାଇଁ ମନୀଷ ତିୱାରୀ, ଭକ୍ତବନ୍ଧୁ ରଣା, ଲୋକନାଥ ହୋତା, ଅଭିଶେକ ପଣ୍ଡା, ସମ୍ଭବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲ ।