କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଭେଜିଆ ଗ୍ରାମରେ ପୂଜାର୍ଚ୍ଚନା ବେଳେ ସାଇବାବାଙ୍କ ବେକରେ ଏକ ୧୨ ଫୁଟ ଲମ୍ବର ସାପ ଦୀର୍ଘ ସମୟ ଧରି ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗାଁର ଶ୍ରୀଧର ସିଂହଙ୍କ ସ୍ତ୍ରୀ ପ୍ରେମଲତା ସିଂହ ପ୍ରତ୍ୟେକ ଦିନ ଭଳି ପୂଜାର୍ଚ୍ଚନା କରିବାକୁ ଯିବା ବେଳେ ବିରାଟକାୟ ସାପକୁ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ସାପକୁ ଦେଖିବା ପାଇଁ ଶ୍ରୀଧର ସିଂହଙ୍କ ଘରେ ଲୋକଙ୍କ ସମାଗମ ହୋଇଥିଲା । ବେଶ କିଛି ସମୟ ଧରି ଘର ପାଲଟିଥିଲା ଆଧ୍ୟାତ୍ମିକତା ପରିବେଶ । ତେବେ ସାପଟି ବେଶ କିଛି ସମୟ ପୂଜା ଘରେ ରହିବା ପରେ ଆପେ ଆପେ ପଳେଇ ଯାଇଥିଲା ।