ଗାଁ ନିକଟରେ ଦିନ ଦ୍ଵି ପ୍ରହରରେ ବିଚରଣ କରୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ  ନିକଟରେ ଏକ ଭାଲୁ ଦିନ ଦ୍ଵି ପହରରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭାଲୁଟି ନିଜର ଗୋଠରୁ ଅଲଗା ହୋଇ ଇତସ୍ତତଃ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ବୁଲାବୁଲି କରୁଛି । ବେଳେବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ନିକଟକୁ ଚାଲି ଆସୁଥିବା ବେଳେ ଆମପାଣିରୁ ପାତ୍ରବସାକୁ ସଂଯୋଗ କରୁଥିବା ରାସ୍ତା କଡ଼କୁ ଚାଲି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏନେଇ ଗ୍ରାମବାସୀମାନେ ଆମପାଣି ଫରେଷ୍ଟ ସେକ୍ସନ କର୍ମଚାରୀଙ୍କୁ ଖବର ଦେବା ପରେ କର୍ମଚାରୀମାନେ ଆସି ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି ।