କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିପଲ୍ ପଡ଼ାରେ ଆଜି ଅପରାହ୍ନ ୨ଘ ସମୟରେ ବଜ୍ରାଘାତରେ ଗୋଟିଏ ମଇଁଷି ର ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜି ଅପରାହ୍ନ ୨ଘ ସମୟରେ ଝଡ଼ ବାତ୍ୟା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଏହି ସମୟରେ ପିପଲପଡ଼ା ଗ୍ରାମର ନନ୍ଦ ମଶ୍ରା ନିଜ ମଇଁଷି ଦୁଇ ପଟକୁ ରଜା ମୁଡ଼ା ପଡ଼ିଆକୁ ଚରେଇବାକୁ ନେଇଥିଲେ । ପ୍ରବଳ ବର୍ଷା ହେବାରୁ ନନ୍ଦ ମଶ୍ରା ପାଖ ବାଉଁଶ ବୁଦାକୁ ଲୁଚିବାକୁ ଯାଇଥିଲେ । କିନ୍ତୁ ହଠାତ ଘଡଘଡି ସହ ବିଜୁଳି ମାରିବାରୁ ବଜ୍ରାଘାତରେ ଗୋଟିଏ ମଇଁଷିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପରିବାର ଅତି ଗରିବ ହୋଇଥିବାରୁ ଏବଂ ଚଲିବା ପାଇଁ ଉକ୍ତ ମଇଁଷି ଉପରେ ସଂପୂର୍ଣ୍ଣ ରୁପେ ନିର୍ଭର କରୁଥିବାରୁ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି । ବର୍ତ୍ତମାନ ପରିବାର ସହାୟତା ରାଶି ଯୋଗାଇ ଦେବାକୁ ସରକାର ତଥା ପ୍ରଶାସନକୁ ବିନମ୍ର ନିବେଦନ କରିଛନ୍ତି ।