ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲେଢ଼ିମଙ୍ଗ ପରିସରରେ ସିପକ ଟାକ୍ରୋ ଜାତୀୟ ସ୍ତରୀୟ ଖେଳାଳୀମାନଙ୍କୁ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲ ତରଫରୁ ସମ୍ବର୍ଦ୍ଧନା ଦିଆ ଯାଇଛି l ଓଡ଼ିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସିପକ୍ ଟାକ୍ରୋ ପ୍ରତିଯୋଗିତା ୧୨ଟି ବାଳକ ଓ ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘର ସାଧାରଣ ସମ୍ପାଦକ ପୃଥିରାଜ ସାହୁ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ୱ କେସନ ପାଣ୍ଡେ, ଅଶ୍ୱିନୀ କୁମାର ନାଏକ ସଦର ଜିଲ୍ଲା ପରିଷଦ (କ), ମଞ୍ଜୁଲତା ନାଏକ ସଦର ଜିଲ୍ଲା ପରିଷଦ (ଖ), ସଞ୍ଜୟ ନାଏକ ଉପ ସଭାପତି ଓଷ୍ଟl, ପ୍ରଭାସ ସୁଭଦର୍ଷନ ମହାନ୍ତି ଉପ ସଭାପତି ଓଷ୍ଟl, ଲେଢ଼ିମଙ୍ଗ ସରପଞ୍ଚ ଅନିରୁଦ୍ଧ ଠେମରିଆ, ସମିତି ସଭ୍ୟ ମନୋଜ କୁମାର ଅଗସ୍ତି, ଜାତୀୟ ରେଫରୀ ରାମ ପ୍ରସାଦ ବାରିକ ପ୍ରମୁଖ ଥିଲେ l ଅନୁଷ୍ଠାନର ସାଧାରଣ ସମ୍ପାଦକ ଲିପ୍ସା ଷଡଙ୍ଗୀ ବିବରଣୀ ପାଠ କରିଥିଲେ l ଓଡ଼ିଶାରୁ ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ ଏବଂ ଏ ନେଇ ବର୍ତ୍ତମାନର ସରକାରଙ୍କ ସହଯୋଗ ଭିକ୍ଷା କରିବ ବୋଲି ଓଡ଼ିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘର ସାଧାରଣ ସମ୍ପାଦକ ପୃଥିରାଜ ସାହୁ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ସହ ସେ ଅନୁଷ୍ଠାନର କର୍ମକର୍ତ୍ତା ତଥା ଏହି ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି l ଏହି ଅବସରରେ ଜାତୀୟ ସ୍ତରୀୟ ଖେଳାଳି ମଧୁସ୍ମିତା ଭିତ୍ରିଆ, ପ୍ରୀତି ଟପ୍ପୋ, ପ୍ରଦ୍ୟୁମ୍ନ ଷଡଙ୍ଗୀ, ଦୀପକ କିଶlନ, କବିର କିଶlନ, ପ୍ରତୀକ ପଟେଲ, ଶିବା କୁମୁରl, ନିଖିଲ କିଶlନ, ମଞ୍ଜୁଲତା ମହlକୁଲ, ରାକ୍ଷୀ ଭୋଇ ଓ ସୁସ୍ମିତା ଖାଖାଙ୍କୁ ସାର୍ଟିଫିକେଟ, ଉପଢୌକନ, ଉତ୍ତରୀୟ ଓ ଫୁଲତୋଡl ଦେଇ ସମ୍ବର୍ଦ୍ଧିତ କରl ଯାଇଥିଲା l ଅନୁଷ୍ଠାନର ପ୍ରତିଷ୍ଠାତା ସୁଶାନ୍ତ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ରଞ୍ଜିତା ନାଏକ, ଶିକ୍ଷକ ଅର୍ଜମା ପଟେଲ, ଆଦିତ୍ୟ ମାଝୀ, ବିନୋଦ ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l