ଭଞ୍ଜନଗର(ନିଲୁ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଞ୍ଜନଗର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ଆନୁକୂଲ୍ୟରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ଅଧ୍ୟକ୍ଷ ତଥା ଏଡିଜେ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ରୂପେ ସିଭିଲ୍ ଜଜ୍ ଦେବାଶିଷ ବିଷୋୟୀ, ଜେଏମ୍ଏଫସି ଭିୟେଣ୍ଣା ନାୟକ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ୍ କୁମାର ନାୟକ, ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଡ.ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠି, ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିମାନେ ମୁଖ୍ୟତଃ ପୋକ୍ସୋ ଆକ୍ଟ, ମହିଳା ସୁରକ୍ଷା ଆଇନ୍ ସମ୍ପର୍କରେ ଆଲୋଚନା କରିବା ସହିତ ଛାତ୍ରୀମାନଙ୍କୁ ମହିଳାଙ୍କ ପାଇଁ ଥିବା ଆଇନ୍ ଗୁଡ଼ିକ ସମ୍ପର୍କରେ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ସମାଜ ସେବୀ, ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।