ସାପ କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ…..

ପୁରୀ(ମାନସ କୁମାର ଦାସ): ପୁରୀ  ଜିଲା ଅସ୍ତରଙ୍ଗ ଥାନା ପରିସରରେ ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଆଦେଶକ୍ରମେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିପାରିଛି । ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି ଯେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦିଆଯାଇଛି । ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ମେ ୨୭ରେ ଜଣେ ମହିଳା ଏତଲା ଦେବାକୁ ନିଜର ଦୁଇ ବର୍ଷର ଶିଶୁ ପୁତ୍ରଙ୍କୁ ସାଙ୍ଗରେ ଧରି ଅସ୍ତରଙ୍ଗ ଥାନାକୁ ଯାଇଥିଲେ । ସେଠାରେ ବିଷାକ୍ତ ସାପ କାମୁଡ଼ାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଓଡ଼ିଶାରେ ଥିବା ଥାନା ପରିସରରେ କେହି ସୁରକ୍ଷିତ ନୁହନ୍ତି ଦର୍ଶାଇ ପୁଲିସ ଏବଂ ପ୍ରଶାସନିକ ଅବହେଳାକୁ ଶ୍ରୀ ତ୍ରିପାଠୀ ଦାୟୀ କରିଥିଲେ ।