କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଘାଟିତ….

ଭବାନୀପାଟଣା(ତୁଳମଣୀ ନାଗ): ଭବାନୀପାଟଣା(ତୁଳମଣୀ ନାଗ): କଳାହାଣ୍ଡି ଜିଲ୍ଲାରେ ତିନିଦିନ ଧରି ହେଉଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳାର ଉଦଘାଟନୀ ଉତ୍ସବ (ଶୁକ୍ରବାର) ମା ମାଣିକେଶ୍ଵରୀ  ବିଶ୍ୱବିଦ୍ୟାଳୟ ଭବାନୀ ପାଟଣା ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ  ରାଷ୍ଟ୍ର (ସ୍ଵାଧୀନ) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ  ଯୋଗଦେଇ ଜିଲ୍ଲାସ୍ତରୀୟ ବିକାଶ ମେଳାର ଶୁଭ ଉଦ୍ଘାଟନ କରିଥିଲେ । ବିଭିନ୍ନ ବିଭାଗୀୟ ବିକାଶର ସଚେତନତା ସମ୍ୱନ୍ଧୀୟ ୨୫ ଗୋଟି ଷ୍ଟଲ୍  ମୁଖ୍ୟ ଅତିଥି  ବୁଲି ଦେଖିଥିଲେ । ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସରକାରଙ୍କର ଏକ ଶତ ଦିନ ପୂର୍ତ୍ତୀ ଅବସରରେ କାର୍ଯ୍ୟକାରି କରାଯାଇଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ  ସୁଧୀର ପାଟଯୋଷୀ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇ ବିକାଶ ମେଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲାରେ ସରକାରଙ୍କର କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରେ ୫ ଜଣ ସୁଭଦ୍ରା ହିତାଧିକାରୀ ମାନଙ୍କୁ ପଚାଶ ହଜାର ଟଙ୍କା ୫ ବର୍ଷ ପାଇଁ ଡମି ଚେକ୍ ମୁଖ୍ୟ ଅତିଥିଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବିକାଶ ମେଳା ଉଦଘାଟନୀ ଉତ୍ସବ ପରେ ପଲିଟେକନିକ୍, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ଏହି ବିକାଶ ମେଳା ସେପ୍ଟେମ୍ବର ୨୦ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ପରିଷଦ  ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲାପାଳ, ରାଜସ୍ୱ ତ୍ରିଲୋଚନ ପାତ୍ର, ସି ଡି ଓ, ଜିଲ୍ଲାପରିଷଦ ଦୟାମୟ ପାଢୀଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲାର ଦଶ ଗୋଟି ବ୍ଳକରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ମହିଳା, ପୁରୁଷ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।