ହିଞ୍ଜିଳିକାଟୁରେ ଜିଓ ମାର୍ଟ ଡିଜିଟାଲ ଷ୍ଟୋର ଆରମ୍ଭ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ଵସ ଟର୍ମିନାଲ ନିକଟରେ ମୁଖ୍ୟ ରାସ୍ତାରେ  ରିଲାଏନ୍ସ ରିଟେଲର ଅଗ୍ରଣୀ ବ୍ରାଣ୍ଡ୍‌ ‘ଜିଓ ମାର୍ଟ ଡିଜିଟାଲ’ର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର  ଉଦ୍‌ଘାଟିତ ହୋଇଯାଇଛି । ଜିଓ ମାର୍ଟ ଡିଜିଟାଲର ପ୍ରାଞ୍ଚାଇଜ ପାର୍ଟନର ଗାୟତ୍ରୀ ଡ଼୍ରେସେସ  ଆନୁକୂଲ୍ୟରେ ଏହି ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଷ୍ଟୋରର ପରିଚାଳନା ନିର୍ଦ୍ଦେଶକଙ୍କ ସୁକନ୍ୟା ଆଦ୍ରିତୀ ପାଢି  ରିବନ କାଟିଥିବା ବେଳେ ହିଞ୍ଜିଳିକାଟୁର ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ଦ୍ଵିତୀକୃଷ୍ଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଲାଏନ୍ସ ଜିଓ ମାର୍ଟର ଉପ ପରିଚାଳକ ସନ୍ତୋଷ କୁମାର ଗୈାଡ, ରିଲାଏନ୍ସ ଜିଓ ମାର୍ଟ ଡିଜିଟାଲର ଦକ୍ଷୀଣ ଓଡିଶା ରାଜ୍ୟ ପରିଚାଳକ ଅସୀତ ତ୍ରୀପାଠୀ ସମେତ ଗାୟତ୍ରୀ ଡ଼୍ରେସେସର ନିର୍ଦ୍ଧେଷକ ଅଭିଳାଷ ପାଢି , ସାମ୍ବାଦିକ ବିଶ୍ବମ୍ବର ସାହୁ, ସଂସ୍କାର ପଟ୍ଟନାୟକ,ଚିଣ୍ଟୁ ଅନିଲ ପ୍ରମୁଖ ଉପସ୍ଥିତ ରହି ପ୍ରଦିପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ବିଶେଷ କରି  ଏହି ଷ୍ଟୋରରେ ଦେଶର ସମସ୍ତ ବ୍ରାଣ୍ଡେଡ କମ୍ପାନୀର ଟିଭି, ଫ୍ରିଜ, ଓ୍ବାଶିଂମେଶିନ ସହିତ ଲାପଟପ, ମୋବାଇଲ ଫୋନ ଭଳି ସମସ୍ତ ଇଲୋକ୍ଟ୍ରୋନିକ୍ସ ଉତ୍ପାଦ ସୁଲଭ ଓ ଗୁଣାତ୍ମକ ମାନର ସାମଗ୍ରୀ ଉପଲବ୍ଧ । ଅପରପକ୍ଷରେ ବଜାଜ ଫାଇନାନ୍ସ, ଆଇଡିଏଫସି, ଏଚ୍‌ଡିବି, ଏଚ୍‌ଡିଏଫସି ବ୍ୟାଙ୍କ ଏବଂ ପେଟିଏମ ଭଳି ପ୍ରମୁଖ ଫାଇନାନ୍ସ କମ୍ପାନୀର ବୀମା ସୁବିଧା ଗ୍ରାହକମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ଉକ୍ତ ଷ୍ଟୋରରେ ଜିଓ ମାର୍ଟର ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ସମସ୍ତ ଉତ୍ପାଦ ଅଫଲାଇନ (ଜିଓ ମାର୍ଟ ଡିଜିଟାଲ)ରେ ମିଳିବ ।  ହିଞ୍ଜିଳିକାଟୁ ଜିଓ ମାର୍ଟ  ଷ୍ଟୋରରେ ପ୍ରତିଟି କ୍ରୟ ଉପରେ ଆକର୍ଷଣୀୟ ଉପହାର ରହିଥିବା ଶାଖା ପରିଚାଳକ ଅଭିଳାଷ ପାଢି କହିଛନ୍ତି ।