ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଦେଶାଇ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ  ଗଜପତି ଜିଲ୍ଲା ରାୟଗଡ ବ୍ଲକ  ଲାଇଲାଇ ପଞ୍ଚାୟତର କୁରୁଣ୍ଡା ଗ୍ରାମରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି  ଶୁଭା ଆରମ୍ଭ କରିଥିବା ବେଳେ ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ । ଶ୍ରୀକାକୁଲମ ଜିଲ୍ଲାର ଯେମ୍ସ  ହସ୍ପିଟାଲର ଏକ ଡ଼ାକ୍ତର ଦଳ  ଭେଷଜ, ଚକ୍ଷୁ, ଦାନ୍ତ ବିଭାଗୀୟ ଡ଼ାକ୍ତର ମାନେ ଯୋଗଦେଇ ରୋଗୀଙ୍କ ରୋଗ  ଚି଼ହ୍ନଟ କରିବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖେଲେ ଅନେକ ରୋଗରୁ ଦୂରେଇ ରହିହେବ ଓ  କିଛିବି ଅସୁବିଧା ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଓ ସରକାରଙ୍କ ମାଗଣା ଔଷଧ ବ୍ୟବହାର କରିବା  ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବ୍ୟବହାର ନ କରିବା ଏବଂ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା ଇତ୍ୟାଦି ପରାମର୍ଶ ଦେଇ ସଚେତନ କରାଇଥିଲେ । ଏହି କାଯ୍ୟକ୍ରମକୁ ଦେଶାଇ ଅନୁଷ୍ଠାନର  ଆଞ୍ଚଳିକ ସଂଯୋଯିକା ଇନ୍ଦୁମତି ଦେବୀ ପରିଚାଳନା କରିଥିବା ବେଳେ ଓ ସିସିଡି ର ଅନେକ କର୍ମକର୍ତ୍ତା ସହୋଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଶହେ ପଚାଶରୁ ଅଧିକ ରୋଗୀ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଓଷଧ ନେଇ  ଉପକୃତ ହେବା ସହ  ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅନୁଷ୍ଠାନକୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ଓ ଦେଶାଇ ଅନୁଷ୍ଠାନ ପକ୍ଷରୁ ଏହି ପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି ।