ତୁମ୍ବୁଡ଼ିବନ୍ଦ ଦେୱାନୀ ଓ ଫୋୖଜଦାର ଅଦାଲତରେ ମାଓ ନେତା ଆଜାଦ ହାଜିର…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ଦେୱାନୀ ଓ ଫୋୖଜାଦାର ଅଦାଲତରେ ମାଓ ନେତା ଆଜାଦଙ୍କ ହାଜିର ହୋଇଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ବହୁଚର୍ଚ୍ଚିତ ତୁମ୍ବୁଡ଼ିବନ୍ଦ ବ୍ଲକ ଜଳେଶପଟା କନ୍ୟାଶ୍ରମରେ 2008 ମସିହାରେ ସ୍ୱାମୀ ଲକ୍ଷ୍ମଣ ନନ୍ଦ ସ୍ବରସ୍ବତୀ ହତ୍ୟା ମାମଲାର ପୁନଃ ବିଚାର ଆରମ୍ଭ ହଇଯାଇଛି । ଏହି ପରିପେକ୍ଷୀରେ ମାମଲା ବିଷୟରେ ପଚାରୁଚୁରା ଓ ବିଚାର କରିବା ନିମନ୍ତେ ତୁମ୍ବୁଡ଼ିବନ୍ଦ ଅଦାଲତରେ ହଜାର ହୋଇଥିବା ଦେଖିବାକୁ ମିଳିଛି । ମାଓ ନେତା ଆଜାଦଙ୍କୁ ତୁମ୍ବୁଡ଼ିବନ୍ଦ ସ୍ଥିତ ଆମ୍ବେଦକର ଛକ ଠାରୁ ଅଦାଲତ ପର୍ଯ୍ୟନ୍ତ ଦୁଇ ଫ୍ଲାଟନ କେନ୍ଦ୍ର ସୁରକ୍ଷା ବଳରେ ଯବାନ ମୁତୟନ କରିବା ସହିତ ଅଦାଲତ ଚାରିପଟେ କଡା ସୁରକ୍ଷା ବ୍ୟବସ୍ତା କରାଯାଇଥିଲା । କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ, କଟୋଗଡ, ଦାରିଙ୍ଗବାଡ଼ି ଥାନାରେ ମାଓ ନେତା ଆଜାଦଙ୍କର 10ରୁ ଉର୍ଦ୍ଧ ମାମଲା ରହିଥିବା କହିଛନ୍ତି ରାଜକିଶୋର ବାରିକ ଏବଂ ଲମ୍ବଧର ପଣ୍ଡା । ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀ ମାମଲାର ଜାମିନ ନିମନ୍ତେ ଦରଖାସ୍ତ ଲେଖିଥିଲେ । କିନ୍ତୁ ମାନ୍ୟବର ଅଦାଲତ ବିଚାପତି ଜାମିନକୁ ଖାରଜ କରିଛନ୍ତି ଏବଂ ଉପରିସ୍ଥ ଅଦାଲତକୁ ଜାମିନ ନିମନ୍ତେ ଦରଖାସ୍ତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ମାନ୍ୟବର ଅଦାଲତ। ମାଓ ନେତନେତାଙ୍କ ପରିଚୟ ପତ୍ର ଆଧାର କରି ତାଙ୍କ ନାମ – ଆଜାଦ ଏଲିଆସ ଡନାଲ କେଶବ ରାଓ ଆଜାଦ ଏବଂ ତାଙ୍କର ଆନ୍ଧ୍ରପ୍ରଦେଶ ରାଜ୍ୟର ଶିକାକୁଲମ ଜିଲ୍ଲା, ମଣ୍ଡାସା ବ୍ଲକ ନାଲିଆଗୁଡା ଗାଁ ର ବୋଲି ଜଣାପଡିଛି ।