ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ 76 ତମ ସାଧା ରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ଅତିରିକ୍ତ ଉପ-ଜିଲ୍ଲାପାଳ ମନୋଜ କୁମାର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, SDPO ବିଜୟ କୁମାର ବିଶି, ଫାୟାର ଅଫିସର ଉମାଚରଣ ଭଟ୍ଟମିଶ୍ରଙ୍କ ସମେତ ବନ ଅଧିକାରୀ କାଜୋଲ ନାୟକ ଯୋଗ ଦେଇ ଥିଲେ I ସ୍ଥାନୀୟ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ୟାରେଡ ସହ ନୃତ୍ୟ ଗୀତ ପରିବେଷଣ ହୋଇଥିଲା I ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ଜନ ପ୍ରତିନିଧିଙ୍କ ସହଯୋଗରେ ଆଜିର ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇ ଥିଲା I ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, କାର୍ଯ୍ୟରତ ସାମ୍ବାଦିକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା I ସେହିଭଳି ଘୁ.ଉଦୟଗିରି “ପ୍ରେସ କ୍ଲବ”,ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ୟବସାୟୀ ସଂଘ, ଆଞ୍ଚଳିକ କୁଇ ସମାଜ, ମା ବରାଳଦେବୀ ଘରୋଇ ମୋଟର କର୍ମଚାରୀ ସଂଘ, ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଭିନ୍ନ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ତରଫରୁ 76 ତମ ସାଧାରଣତନ୍ତ୍ର ଜାତୀୟ ପର୍ବ ମହା ଆଡମ୍ବରରେ ପାଳିତ ହୋଇଯାଇଛି I