ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟନାୟକ ମିନି ଷ୍ଟାଡିଅମ ଠାରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଲିଗୁଡା ଉପ ଜିଲ୍ଲାପାଳ ଡ଼. ରୀନା ପ୍ରଧାନ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିବା ବେଳେ ବାଲିଗୁଡା ଏସ ଡି ପି ଓ ଶ୍ରୀଯୁକ୍ତ ରାମେନ୍ଦ୍ର ପ୍ରସାଦ ବାଲିଗୁଡା ଥାନା ଅଧିକାରୀ, ବାଲିଗୁଡା ତହସିଲଦାର ଦୀପ୍ତି ରଞ୍ଜନ ବେହେରା,ଏବଂ ନଗର ସଂସଦ ପ୍ରତିନିଦି ଆଦିକନ୍ଦ ପଟନାୟକ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ମଣ୍ଡଳ ସଭାପତି ମନଜ କୁମାର ରଥ ବାଲିଗୁଡା ବ୍ଲକ ସାଙ୍ଗସାଦ ପ୍ରତିନିଧି ରଞ୍ଜିତ କୁମାର ସାହୁ ଉପସ୍ଥିତି ଥିଲେ । ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣ ପ୍ରତ୍ୟକ ବିଦ୍ୟାଳୟର ଛାତ୍ରଛତ୍ରୀ, ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ଉପସ୍ଥିଥିଲେ l ଉପଜିଲ୍ଲା ପାଳ ଜାତୀୟ ପତାକା ଉତ୍ତଳନା କରି ତାଙ୍କର ଅଭିଭାଷଣ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l