ନୂଆପଡା ଜିଲ୍ଲାପାଳଙ୍କ ଡୁଆଝର ରେଡିମେଡ଼ ଗାର୍ମେଣ୍ଟସ ପରିଦର୍ଶନ….

ନୂଆପଡା(ବିରବଲ ପ୍ରଧାନ): ଆଜି ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ର କହ୍ନେଇ ରେଡିମେଡ଼ ଗାର୍ମେଣ୍ଟସ ଉଦ୍ୟୋଗ ପରିଦର୍ଶନ କରିଥିଲେ l ଜିଲ୍ଲାପାଳ ଏହାଦେଖି ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ ଯେ ଏହାର ଉଦ୍ୟୋକ୍ତା ଏଠାରେ 50 ରୁ ଉର୍ଦ୍ଧ ପୁରୁଷ ମହିଳାଙ୍କୁ କର୍ମ ସଂସ୍ଥାନ ଯୋଗାଇ ସେମାନଙ୍କ ପରିବାର ପ୍ରତିପୋଷଣରେ ସାହାଯ୍ୟ କରୁଛନ୍ତି l ଏଠାରେ ଅତି ସୁନ୍ଦର ରେଡିମେଡ଼ ଗାର୍ମେଣ୍ଟସ ତିଆରି ହୋଇ ଆଞ୍ଚଳିକ ଚାହିଦା ମେଣ୍ଟାଇବା ସହିତ ବାହାର ଜିଲ୍ଳା ଏବଂ ରାଜ୍ୟକୁ ରପ୍ତାନି ହେଉଛି l ଏହି ପରିଦର୍ଶନ ସମୟରେ ଉଦ୍ୟୋଗର ମାଲିକ ବଦନ ମେହେର ଏବଂ ଜିଲ୍ଳା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସମୀର ମୁଦୁଲି ଜିଲ୍ଲାପାଳଙ୍କୁ ସବୁ ବୁଲାଇ ଦେଖାଇଥିଲେ l ବ୍ୟାଙ୍କ ସହାୟତାରେ PMEGP ସ୍କିମରେ ସେ 10 ଲକ୍ଷ ଟଙ୍କା ଋଣ ଆଣି ଏହି ଉଦ୍ୟୋଗ କରିଛନ୍ତି I ଏଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ସହିତ ମତ ବିନିମୟ କରି ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲାପାଳଙ୍କ ପ୍ରବାସୀ ଶ୍ରମିକ ପଳାୟନ ରୋକିବା ଉଦ୍ୟମର ଏହି ଉଦ୍ୟୋଗ ସହାୟକ ହୋଇଥିବାରୁ ଏଭଳି ଆହୁରି ଅନେକ ଉଦ୍ୟୋଗ ସୃଷ୍ଟି କରିବାକୁ ସେ ଜିଲ୍ଲା ଶିଳ୍ପ କେନ୍ଦ୍ର ତଥା ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି l