ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ତହସିଲ ଓ ବ୍ଲକ ଅଞ୍ଚଳରେ ଡିଜିଟାଲ କ୍ରପ ସର୍ଭେ କାର୍ଯ୍ୟ ଜାରୀ ରହିଛି l ସରକାର ଚାଷୀମାନଙ୍କ ପାଇଁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି କିନ୍ତୁ ପ୍ରକୃତ ଚାଷୀ ପାଖରେ ତାହା ପହଞ୍ଚି ପାରୁଛି କି ନାହିଁ କେଉଁ ଅଞ୍ଚଳର ଚାଷୀ କଣ ଫସଲ ଚାଷ କରୁଛି, କାହା ଜମିରେ ଚାଷ କରୁଛି ଏସବୁ ତଥ୍ୟ ଜାଣିବା ପାଇଁ ସରକାର ଦ୍ଵାରା ଇ-ଚାଷ ଆପ ଜାରି କରାଯାଇଛି l ଏହି ଆପ ଜରୀଆରେ ସର୍ଭେ କାର୍ଯ୍ୟ କରାଯାଉଛି l ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମ ସ୍ତରରେ ଜଣେ କିମ୍ୱା ଦୁଇଜଣ ଇଚ୍ଛୁକ ବ୍ୟକ୍ତିଙ୍କୁ ନିୟୋଜିତ କରି ନିର୍ଭୁଲ ଭାବେ ତଥ୍ଯ ସଂଗ୍ରହ ଓ ଡାଟା ଅପଲୋଡ କରିବା ପାଇଁ କୃଷି ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଉଅଛି । ଏହି ଅବସରରେ ଦାରିଙ୍ଗବାଡି ତହସିଦାର ଶରତ ଶବରଙ୍କ ନେତୃତ୍ୱରେ କୃଷି ଅଧିକାରୀ କୁମାରୀ ଅଶ୍ଳେଷା ରଥ, (ଏ ଟି ଏମ) ସହାୟକ ବ୍ଲକ ବୈଷୟିକ ଅଧିକାରୀ ଅରୁଣ ପଟ୍ଟନାୟକ, କୃଷକ ସାଥି ସୁନୀଲ କୁମାର ସିଂ ପ୍ରମୁଖ ଉପସ୍ଥିତରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତର ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଆଜି ତାଲିମ୍ ପ୍ରଦାନ କରାଯାଇଛି l ଏଥିରେ ଗାଁ ସାଥୀ ଓ କିଛି ଆଗ୍ରହୀ ଯୁବକମାନେ ସାମିଲ ହୋଇ ଥିବା ବେଳେ କିପରି ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ ଓ ଡାଟା ଅପଲୋଡ଼ କରାଯାଇ ପାରିବ ସେଥି ପାଇଁ ଚାଷ କ୍ଷେତ୍ରକୁ ଯାଇ ତାହର ନମୁନା ସଂଗ୍ରହ ଓ ଇ-ଚାଷ ପୋର୍ଟାଲର ବ୍ୟବହାର କରିବା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ସର୍ଭେ ଜରୀଆରେ ପ୍ରକୃତ ଚାଷୀ ଓ ଚାଷ ଜମି ଚିହ୍ନଟ ହୋଇ ପାରିବ l ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିବା ସେଟେଲ ମେଣ୍ଟ ଜମିରେ କେତେ ଗୃହ ନିର୍ମାଣ ହୋଇଛି, କେତେ ଚାଷ ଜମି କେଉଁ ଚାଷ ପାଇଁ ବ୍ୟବହାର କରାଯାଉଛି ତାହା ଆକଳନ କରାଯାଇ ପାରିବ ବୋଲି ତହସିଲଦାର ଶ୍ରୀ ଶବର କହିଥିଲେ ।