ରାଇରଙ୍ଗପୁର(ଉତ୍ତନ ରାନ): ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟଗ ମନ୍ତ୍ରୀ ଡକ୍ଟର କୁଷ୍ଣଚନ୍ଦ୍ର ମହାପାତ୍ର ଗ୍ରସ୍ତରେ ଆସି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶ୍ରୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ସଫେଇ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ | ଏହି ଅବସରରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ମୟୂରଭଂଜ ସାଂସଦ ନବଚରଣ ମାଝୀ, ବିଭିନ୍ନ ପଦାଧିକାରୀ, ରାଇରଙ୍ଗପୁର ମ୍ୟୁନିସିପାଲଟି ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଷଦବର୍ଗ ଉପସ୍ଥିତ ଥିଲେ | ଏହାପରେ ସେ ମ୍ୟୁନିସିପାଲଟି କାର୍ଯ୍ୟାଳୟ ସଭାଗୃହରେଏକ ସମନ୍ବୟ ବୈଠକରେ ଯୋଗ ଦେଇଥିଲେ | ତତପରେ ରାଇରଙ୍ଗପୁର ସହରର ବିଭିନ୍ନ ରାସ୍ତା ଓ ଅଳିଆଆବର୍ଜନା ଉପରେ ତଦାରଖ କରିଥିଲେ | ବିଶେଷ କରି ଦୁର୍ଗାମଣ୍ଡପ, ମାଉସୀବାଡି ଓ କଚେରୀ ଡେଲି ମାର୍କେଟର ପରିସର ନିରୀକ୍ଷଣ କରିଥିଲେ | ଏହି ସଂକ୍ରାନ୍ତରେ ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ରାଇରଙ୍ଗପୁର ସହରର ବିକାଶ ଆହୁରି ହେବ ବୋଲି ସୂଚନା ଦେଇଥିଲେ |