ନୂଆପଡ଼ା(ବିରବଲ ପ୍ରଧାନ): ଆଜି ପୂର୍ବାହ୍ନ ୧୧. 00ଘଣ୍ଟା ସମୟରେ ଶ୍ରୀଯୁକ୍ତ ଗଣେଶ ରାମ ସିଂହଖୁଣ୍ଟିଆ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ଓଡିଶା ସରକାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଥାନୀୟ ମିନି ଷ୍ଟାଡିୟମରେ ନୂଆପଡା ଜିଲ୍ଳା ବିକାଶ ମେଳାର ଶୁଭ ଉଦଘାଟନ କରିଛନ୍ତି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ, ବିଶିଷ୍ଟ ସମାଜ ସେବୀ ତଥା ଯୁବ ବିଜେପି ନେତା ଅଭିନନ୍ଦନ ପଣ୍ଡା ଯୋଗଦେଇଥିଲେ l ଏହି ସଭାରେ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ଯୋଗଦେଇ ସଭା ତଥା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖ ଯାଏଁ ଚାଲିବ l