ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାରେ ନୂତନ ଆଇଆଇସି ଭାବେ ବିଜୟ ହାଇବୁରୁ ଯୋଗ ଦେଇଛନ୍ତି । ସେ ଫୁଲବାଣୀ ଏସ୍ପି କାର୍ଯ୍ୟାଳୟରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ଧରିବା, ଟ୍ରାଫିକ ସମସ୍ୟାର ସମାଧାନ ଏବଂ ଲୋକଙ୍କୁ ଉଚିତ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା ହେବ ବୋଲି ଥାନାଧିକାରୀ ବିଜୟ ହାଇବୁରୁ ଗଣମାଧ୍ୟମକୁ କହିଛନ୍ତି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରାହ୍ମଣୀଗାଁ ଥାନାରେ ଜଣେ ଥ୍ରୀ ଷ୍ଟାର ବିଶିଷ୍ଟ ଅଧିକାରୀଙ୍କୁ ପାଇଥିବାରୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ନ୍ୟାୟ ପ୍ରଦାନ କ୍ଷେତ୍ର ରେ ଉତ୍ତମ ସେବା ମିଳିବ ବୋଲି ଅଞ୍ଚଳ ବାସୀ ଆଶା ପ୍ରକଟ କରିଥିବା କହିଛନ୍ତି । ନୂତନ ଆଇଆଇସି ଶ୍ରୀ ହାଇବୁରୁ ଥାନାରେ ପହଞ୍ଚିବା ପରେ ତାଙ୍କୁ ଏସ୍ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ଏସ ଆଇ ରମାକାନ୍ତ ସେଠି, ଶଙ୍କର ୱାର୍ଡକା ସମେତ ଥାନାର ସମସ୍ତ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।