ରା ଉଦୟଗିରି( ମିହିର ପ୍ରସାଦ ମାଳୀ ): ଦୀର୍ଘବର୍ଷ ହେଲାଣି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଛେଳିଗଡ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ ସେ କାର୍ଯ୍ୟ କେବେ ସମାପ୍ତି ହେବ କିଛି କହି ହେଉନି। କାରଣ ପ୍ରୋଜେକ୍ଟ ଆରମ୍ଭ ବେଳର ବଜେଟ ଓ ବର୍ତ୍ତମାନର ବଜେଟ ପ୍ରଭାବିତ କରୁଥିବା ବେଳେ ତା ସହିତ ବୁଡି ଅଞ୍ଚଳର ବିସ୍ଥାପିତଙ୍କୁ କ୍ଷତିପୂର୍ଣ୍ଣ ବାବଦକୁ ସହାୟତାରେ ପ୍ରଶାସନର ଅବହେଳା ଅଭିଯୋଗ । ଏପରି ଅନେକ ସମସ୍ୟା ଭିତରେ ପେଷି ହେଉଛି ଏଇ ପ୍ରକଳ୍ପ କାର୍ଯ୍ୟ । କିଛି ସ୍ଥାୟୀ ସମାଧାନ ହୋଇନପାରି କାର୍ଯ୍ୟର ବିଳମ୍ବ ଘଟୁଥିବା ଜଣାପଡୁଛି । ଏଭିତରେ ଅନେକଥର ବୁଡି ଅଞ୍ଚଳବାସୀ ରାସ୍ତାଘାଟ ରୋକ କରି ଧର୍ମଘଟ କରିସାରିଲେଣି । ପ୍ରଶାସନ ମଧ୍ୟ ଲୋକଙ୍କୁ ଅନେକ ଥର ବୁଝାସୁଝା କରି ଅନେକ ପ୍ରତିସୃତି ଦେଇସାରିଛନ୍ତି । ହେଲେ ବିବାଦ ଥମିବାର ନା ନେଉନି । ତେଣୁ ବୁଡି ଅଞ୍ଚଳର ସଂଗ୍ରାମ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟଗଣ ଓ ଛେଳିଗଡ ସରପଞ୍ଚଙ୍କ ସମେତ ଏ ସମସ୍ୟାର ସମାଧାନ ଲାଗି ପୁଣିଥରେ ୧୫ ଦଫା ଦାବିପତ୍ର ଦେଇ ଗଜପତି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ମଧ୍ୟ ବୁଡି ଅଞ୍ଚଳର କଣ ସମସ୍ୟା ରହିଛ ତାର ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ଆଶ୍ବାସନା ଦେଇଥିବା ଜଣାପଡିଛି । ଅପର ବୁଡିଅଞ୍ଚଳ ସଂଗ୍ରାମ ସମିତି ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯେ ପର୍ଯ୍ୟନ୍ତ ୧୫ ଦଫା ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଏ ପ୍ରକଳ୍ପ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ଓ ଯଦି ପ୍ରଶାସନ ଏକାର୍ଯ୍ୟକୁ ଜବରଦସ୍ତ ଏ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ତେବେ କ୍ଷତିଗ୍ରସ୍ତ ଓ ସଂଗ୍ରାମ କମିଟି ରାଜ ରାସ୍ତାକୁ ଆସିବାକୁ ବାଧ୍ୟ ହେବେ । ସେଥି ମଧ୍ୟରେ କିଛି ଅପ୍ରିତିକର ଘଟଣା ଘଟେ ତେବେ ସେଥିଲାଗି ଜିଲ୍ଲା ପ୍ରଶାସନ, ପ୍ରକଳ୍ପ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ହିଁ ଦାୟୀ ରହିବେ ବୋଲି ବୁଡି ଅଞ୍ଚଳର ସଂଗ୍ରାମ କମିଟି ।