ମୋହନା ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ..

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ପାଖେଇ ଆସୁଛି ଦୁର୍ଗାପୂଜା । ପଲ୍ଲୀରୁ ସହର ସବୁଠି ଧୁମ୍ ଧାମରେ ପାଳନ ହେବ ଦୁର୍ଗା ପୂଜା l ଏହି ଅବସରରେ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ହେବା ସହ ଭଳିକି ଭଳି ମେଢ଼ ଦେଖିବାକୁ ମିଳିବ । କାରିଗରମାନେ ବିଭିନ୍ନ ଢ଼ଙ୍ଗର ମା’ଙ୍କ ମୂର୍ତ୍ତି ଗଢ଼ିବାରେ ଲାଗି ପଡ଼ିଲେଣି ।ଆଗକୁ ମା’ଙ୍କ ପୂଜା ଥିବାରୁ ଗଜପତି ଜିଲ୍ଲା ମୋହନା ନିଳକଣ୍ଠେଶ୍ବର ବଣିକ ସଂଘ ପକ୍ଷରୁ ପୂର୍ବ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବାଦ୍ୟ ବାଜଣା ସହ ସ୍ଥାନୀୟ ମାଣିକେଶ୍ବରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସେଠାରୁ ଫେରି ଶୁଭଦିନରେ ଯଥା ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଣିକ ସଂଘର କମିଟି ବୃନ୍ଦ ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।