ଭାରତପୁର ଥାନା ନିର୍ଯ୍ୟାତନା ଘଟଣା, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦୃଢ଼ ନିନ୍ଦା…..

ଅନୁସନ୍ଧାନ ଭାରତ(ବ୍ୟୁର): ଭରତପୁର ଥାନାରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି l ଥାନା ଭିତରେ ପୁଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶକୁ ଦୋହଲାଇ ଦେଇଛି l ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି l ଏହି ନାରକୀୟ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି l ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟରେ ମୋ ସରକାର ବ୍ୟବସ୍ଥା ଥିଲା l ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କାରି ମନ୍ତୀ ଓ ବରିଷ୍ଠ ଅଧିକାରୀମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ନାଗରିକମାନଙ୍କ ଠାରୁ କର୍ମଚାରୀମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କରେ feedback ସଂଗ୍ରହ କରୁଥିଲେ l ବିଜେପି ସରକାର ଶାସନକୁ ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ l ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ l ପୁରୀ ରାଜଭବନ ଘଟଣାରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟପାଳଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀ ମାନଂକୁ ଉତ୍ସାହିତ କରିଛି l ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ l