ନୁଆପଡ଼ା ଜିଲ୍ଲା ରାଜସ୍ଵ ସମିକ୍ଷା ବୈଠକ ଅନୁଷ୍ଠିତ….

ନୁଆପଡ଼ା(ବିରବଲ ପ୍ରଧାନ): ଆଜି ନୁଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ, ଉଭୟ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାର, ଉପ-ରେଜିଷ୍ଟ୍ରାର (ଖଡ଼ିଆଳ ଓ ନୂଆପଡ଼ା), ଅବକାରୀ ଅଧିକ୍ଷକ ଏବଂ ଅନ୍ୟାନ୍ୟ ଅକାରୀ ବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ଜିଲ୍ଲାର ସମସ୍ତ ଉତ୍ସରୁ ସଂଗୃହୀତ ରାଜସ୍ବର ଲକ୍ଷ୍ୟ ହାସଲ ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଆଦେଶ ପ୍ରଦାନ କରିଥିଲେ l ଏଥି ବ୍ୟତୀତ ତହସିଲଦାରମାନେ ଲୋକଙ୍କ ବିଭିନ୍ନ ଜମି ସଙ୍କ୍ରାନ୍ତୀୟ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ବିଭାଗୀୟ ଅଧିକାରୀମାନେ ଅନ୍ତଃ ବିଭାଗୀୟ ସମନ୍ୱୟ ସହ ଜିଲ୍ଲାର ଉନ୍ନତିକରଣରେ ସହାୟକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିୟମିତ ହେଲମେଟ ଯାଞ୍ଚ କରିବା ସହ ହେଲମେଟ ପିନ୍ଧୁନଥିବା ବେପରୁଆ  ସରକାରୀ କର୍ମଚାରୀଙ୍କ ଠାରୁ ଆର୍ଥିକ ଦଣ୍ଡ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାତ୍ରି ସମୟରେ ବହୁଭାର ବହନ କରିଥିବା ଯାନ ଗୁଡିକୁ ଯାଞ୍ଚ କରି ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ବସୁନ୍ଧରା ଯୋଜନା ଅନ୍ତର୍ଗତ ସର୍ବେକ୍ଷଣକୁ ପ୍ରାଧାନ୍ୟ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯୋଗ୍ୟ ହିତାକାରୀଙ୍କୁ ଜମି ପଟ୍ଟା ବଣ୍ଟନ ନିମନ୍ତେ ଆଦେଶ କରିଥିଲେ । ଜିଲ୍ଲାରେ ଅଯୋଗ୍ୟ ଅନାବାଦି ଜମି ଚିହ୍ନଟ ତଥା ଉକ୍ତ ଜମିରେ ବୃକ୍ଷରୋପଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ  ସଭା ସାଙ୍ଗ କରାଯାଇଥିଲା।