ନବନିର୍ମିତ ଯାତ୍ରୀ ବିଶ୍ରାମାଗାର ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳି, ୯୦ ପ୍ରତିଶତ ସରଲାଣି ୧୦ ପ୍ରତିଶତ ପାଇଁ ମାସ ମାସ ଧରି ନିର୍ମାଣ କାମ ଠପ…
ଅନୁସନ୍ଧାନ ଭାରତ(ବ୍ୟୁର): ବହୁ ପୁରାତନ ଘୁ.ଉଦୟଗିରି ସହରରେ ଏବେ ବି ଯାତ୍ରୀ ବିଶ୍ରାମାଗାର ଟିଏ ନାହିଁ । ଖରା ବର୍ଷା ଶୀତରୁ ରକ୍ଷା ପାଇବା ପାଇଁ ଯାତ୍ରୀ ଏଣେ ତେଣେ ବୁଲୁଥିବା ବେଳେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବୀ ହୋଇ ଆସୁଛି । ଏହାକୁ ଦ୍ରୁଷ୍ଟିରେ ରଖି ତହସିଲ କାର୍ଯ୍ୟାଳୟ ଗେଟକୁ ଲାଗି ଏକ ବର୍ଷ ପୂର୍ବେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦ ପ୍ରତିଶତ ହୋଇଛି କି ନାହିଁ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ଫଳରେ ପରିଶ୍ରାଗାରରେ ପାଲଟି ଯାଇଥିଲା । ୬ ମାସରୁ ଅଧିକ ସମୟ ଏମିତି ପଡି ରହିବା ସହିତ ସମାଲୋଚନାର ଶିକାର ହେବା ପରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ୯୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି । ସିଲିଗଂ, ଫ୍ଲୋର, ବେଞ୍ଚ ପଡିଛି, ଡଷ୍ଟ ବିନ ଲାଗିଛି । ହେଲେ ଆଲୋକ ବ୍ୟବସ୍ଥା ନହେବା ଫଳରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇନି । ଏତିକି କାମ ପାଇଁ ପୁଣି ମାସ ମାସ ବିତିଲାଣି । ଏବେ ପୁଣି ଥରେ କାମ ଠପ । ଫଳରେ ଅନ୍ଧକାର ଫାଇଦା ନେଇ ଏବେ ମଦୁଆଙ୍କ ଆଡାସ୍ଥଳି ପାଲଟିଛି । ଅପରିଷ୍କାର ହୋଇ ପଡି ରହିବା ସହିତ ଦୁର୍ଗନ୍ଧ ଆରମ୍ଭ ହେଲାଣି । ତେଣୁ ଯାତ୍ରୀ ମାନଙ୍କ ସ୍ୱାର୍ଥ ଦ୍ରୁଷ୍ଟିରେ ରଖି ଶିଘ୍ର ନିର୍ମାଣ ସାରିବାକୁ ଦାବୀ ହୋଇଛି । ଏହା ସହ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ନିମ୍ନ ମାନର ହୋଇ ଥିବା ଅଭିଯୋଗ କରିଛନ୍ତି ସହର ବାସୀ l ବର୍ଷାଦିନ ହେଲେ ଉଦଘାତନ ନ ହୋଇ ଟିଣରୁ ପାଣି ଗଳିବା ସହ ଅତି ନିମ୍ନ ମାନର ନିର୍ମାଣ କାମ ହୋଇ ଥିବାରୁ ପୁନଃ ଏହାକୁ ଭଲ ଭାବରେ ନିର୍ମାଣ କରିବା ସହ ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବାସିନ୍ଧା ଦାବି କରିଛନ୍ତି l