କୋକସରା(ତ୍ରିଲୋକ୍ୟ ବେଶ୍ରା):କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲିଗୁଡା ନିକଟରେ ଥିବା ଏକ ଚାଷଜମିକୁ ଲାଗି ରହିଥିବା ପଡିଆରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଦେଖି ସ୍ଥାନୀୟ ଚାଷିଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଗତକିଛି ଦିନ ତଳେ କନ୍ଦାବୁଟ୍ରାର ଜଣେ ବୃଦ୍ଧ ଚାଷୀ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଭବାନୀପାଟଣା ସରକାରୀ ମେଡ଼ିକାଲରେ ଚିକତ୍ସାଧୀନ ରହିଛନ୍ତି । ଦିନ ଦ୍ଵିପହରରେ ଭାଲୁ ବିଚରଣ କରୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି । କୋକସରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଏହି ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ଓ ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏନେଇ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିଛି ଓ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଭାଲୁ ଚଲାପଥରେ ଯିବା ପାଇଁ ବାରଣ କରାଯାଇଛି ବୋଲି କହିଛନ୍ତି ।