ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ନେସନାଲ କଲେଜରେ ଆନ୍ତଃ କ୍ଲାସ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ଆଜି କଲେଜର ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ଆନୁଷ୍ଠାନିକ ଭାବେ ଅପରାହ୍ନ ୧ ଟା ସମୟରେ ଉଦଘାଟନ କରିଥିଲେ । କଲେଜର+୨ର ପ୍ରଥମ ଏବଂ ଦ୍ଵିତୀୟ ବର୍ଷ, +୩ର ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବର୍ଷ ଛାତ୍ର ଅଂଶ ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଦୁଇ ଦିନ ଧରି ଚାଲିବ । ଛାତ୍ରଛାତ୍ରୀ ପାଠ ସହ ଖେଳ ମଧ୍ୟ ଖେଳିବା ଉଚିତ୍ l ଏହା ଦ୍ବାରା ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ ବୋଲି ଅଧ୍ୟକ୍ଷ ସାହୁ କହିଥିଲେ ଓ ଖେଳକୁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପଭୋଗ କରିଥିଲେ । ଖେଳକୁ ପରିଚାଳନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ଖେଳ ଅଧ୍ୟାପକ ଶ୍ରୀ ପ୍ରକାଶ କୁମାର ସାହୁ। ।