ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ନିମିଗାଁରେ ଆଜି ସକାଳ ୧୧ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ନିମିଗାଁ ଗ୍ରାମର ଶଙ୍କର ଗୌଡଙ୍କ ପୁଅ ଭିଶିକେସନ ଗୌଡ ବିଲକୁ ପିଢ଼ିଆ ପକାଇବାକୁ ଯିବା ସମୟରେ ଗାଁ ଶିବ ମନ୍ଦିର ନିକଟ ବିଲରେ ବିଦ୍ୟୁତ୍ ତାର ଛିଡି ତଳେ ପଡିଥିଲା । ଯୁବକ ଜଣକ ବିଲକୁ ଯିବା ସମୟରେ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ ଘଟିଥିଲା । ସ୍ଥାନୀୟ ଗ୍ରାମବାସୀ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ l ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।