ବାଇକ ଚୋରି ଘଟଣାର ପର୍ଦାଫାଶ କଲା ଗୁଣପୁର ପୁଲିସ୍ : ୮ଟି ଚୋରି ବାଇକ ଉଦ୍ଧାର, ୫ ଗିରଫ…..

ଗୁଣପୁର(ସୁନିଲ୍ କୁମାର ସାବତ): ବାଇକ ଚୋରି ଘଟଣାର ପର୍ଦାଫାଶ କଲା ଗୁଣପୁର ପୁଲିସ । ରାୟଗଡା ଜିଲ୍ଲା ଗୁଣପୁର ପୁଲିସ ୮ଗୋଟି ଚୋରି ବାଇକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଚୋର ସହିତ ଚୋରି ବାଇକ କିଣିବା ଅଭିଯୋଗରେ ୩ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉ କି ଗତ ୧୩ ତାରିଖ ରେ ଗୁମୁଡା ଗ୍ରାମରେ ଚୋରି ବାଇକ ନେଇ ଯାଉଥିବା ବେଳେ ସେହି ଅଞ୍ଚଳର ବାସିନ୍ଦା ଚୋରକୁ କାବୁକରି ଗୁମୁଡା ଫାଣ୍ଡିରେ ଜିମା ଦେଇଥିଲେ l ସେହି ଗାଡି ମାଲିକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଛାନବିନ ଆରମ୍ଭ କରିବା ସହ ପୁରା ବାଇକ ରାକେଟକୁ ଧରିବାରେ ସଫଳ ହଇଛି l ସେମାନଙ୍କ ଠାରୁ ପୁଲିସ ୮ଟି ଚୋରି ବାଇକ ଜବତ କରିଛି । ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣକର ଘର କେ.ସିଙ୍ଗପୁର ଅଂଚଳ ହୋଇଥିବା ବେଳେ ଅନ୍ୟ ଜଣକ ରାୟଗଡା ମୁନିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଏହି ଚୋରମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ସବୁ ଚୋରି କରି ଲୋକଙ୍କୁ ବିକ୍ରି କରିଦେଉଥିଲେ । ସେହି ୨ଚୋରଙ୍କ ସହିତ ଚୋରି ବାଇକ କିଣିଥିବା ୩ଜଣ ଯୁବକ ମୋଟ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଗୁଣପୁର ଏସଡିପିଓ ବାବୁଲି ନାୟକ ପ୍ରକାଶ କରିଛନ୍ତି ।