ଗୋଳମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକ କଦଲିମୁଣ୍ଡା ଛକ ନିକଟ ବିଜୁଏସ୍କପ୍ରେସ ୱେ ରେ ଅଜଣା ଗାଡି ସହ ହିରୋ ଏଚ୍ଏଫ୍ ଡିଲସ୍କ ଗାଡ଼ି ନମ୍ବର (ଓଡି୦୮- ଏସ୍-୨୨୦୦) ମୁହାଁ ମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ କାନ୍ଦୁଲଡଙ୍ଗରୀ ଗ୍ରାମର ସଂକୀର୍ତ୍ତନ ଗୁରୁ ଶ୍ରୀକାନ୍ତ ଅଘ୍ରିଆ ନିଜ ସଂପର୍କୀୟ ମହାଳିଙ୍ଗ ଗ୍ରାମର ଦୁଇ ଜଣଙ୍କୁ ନେଇ ଧର୍ମଗଡ଼ ମେଡିକାଲକୁ ଚିକିତ୍ସା ପାଇଁ ଯାଇ ଫେରୁଥିବା ସମୟରେ କଦଲିମୁଣ୍ଡା ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ସେହି ସ୍ଥାନରେ ହିଁ ସୁଭାଷିନୀ ଅଘ୍ରିଆ ମୃତ୍ୟୁ ବରଣ କରିଥିଲେ lଅନ୍ୟ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଧର୍ମଗଡ଼ ଚିକିତ୍ସାଳୟକୁ ନେବା ସମୟରେ ସଂକୀର୍ତନ ଗୁରୁ ଶ୍ରୀକାନ୍ତ ଅଘ୍ରିଆଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସହ ଅରକ୍ଷିତ ଅଘ୍ରିଆ ଗୁରୁତର ଆହତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି l ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ଡାକ୍ତର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଅପରପକ୍ଷରେ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିବା ଜଣାପଡିଛି l