ଟ୍ରକ ଓ ବାଇକ ମୁହାମୁହିଁ, ଦୁଇ ମୃତ…..

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ମୋହନା ଥାନା କମଳାପୁର ଛକ ନିକଟରେଗ ତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି । ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି l ମୃତକ ଜଣଙ୍କ ହେଲେ ରାମଗିରି ଥାନା ଅନ୍ତର୍ଗତ ପଣସଡିହ ଗାଁର ପରମାନନ୍ଦ ରଇତ ଓ ଗୁରୁତର ଆହତ ଜଣକହେଲେ ଭାସ୍କର ଦଳାଇ l ସୂଚନା ମୂତାବକ ରାମଗିରି ଅଞ୍ଚଳରୁ ବ୍ରହ୍ମପୁର ବାଇକ ଯୋଗେ ପରମାନନ୍ଦ ଓ ଭାସ୍କର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ଆସୁଥିଲା । କମଳାପୁର ଛକ ନିକଟରେ ମୁହାମୁହିଁ ଧକା ହୋବା ଫଳରେ ବାଇକରେ ଯାଉଥିବା ଉଭୟେ ଫିଙ୍ଗି ହୋଇ ପଡିଥିଲେ । ଖବର ପାଇ ଅଗ୍ନୀଶମ ଓ ପୁଲିସ ସେଠାରେ ପହଞ୍ଚି ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ମୋହନା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିଲା । ଭାସ୍କରଙ୍କ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ହେଲେ ରାତି ୧୨ ଟାରେ ଭାସ୍କରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ବାଇକ ଓ ଟ୍ରକକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।