ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ….

ପୁରୀ(ମାନସ କୁମାର ଦାସ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖାଲି କରାଯିବା ପରେ ଆଜି ଆରମ୍ଭ ହୋଇଛି ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା । ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌‌ । ରତ୍ନଭଣ୍ଡାର ଭିତରେ ଗୁପ୍ତ ରତ୍ନଭଣ୍ଡାର ଓ ଷୁଡଙ୍ଗ ଅଛି କି ନାହିଁ ଯାଞ୍ଚ କରିବେ ବିଶେଷଜ୍ଞ ଟିମ୍‌‌ । ଏଏସ୍‌‌ଆଇ ଏଡିଜି ଜାନଭିଜ୍‌‌ ଶର୍ମାଙ୍କ ନେତୃତ୍ୱରେ ଏହାର ତଦାରଖ କରାଯିବ । ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌‌ ବିଶ୍ୱନାଥ ରଥ ଗଣମାଧ୍ୟମରେ କହିଛନ୍ତିି ଯେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି । କିଛି ଅଛି କି ନାହିଁ ତାହାର ଯାଞ୍ଚ କରାଯାଇ ତଥ୍ୟ ଦିଆଯିବ ।