ପୁରୀ(ମାନସ କୁମାର ଦାସ): ପିପିଲି-ନିମାପଡ଼ା ରାସ୍ତାର ହରିପୁର ନିକଟ ଭାର୍ଗବୀ ନଦୀ ବ୍ରିଜ୍ ଉପରେ ଏକ ଅଭାବନୀୟ ଘଟଣା ଘଟିଛି l ବୁଧବାର ଅପରାହ୍ନରେ ବ୍ରିଜ ଉପରୁ ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁବା ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିଥିଲେ । ତେବେ ଘଟଣାସ୍ଥଳରୁ ଦେଢ କିଲୋମିଟର ଦୂର ସୁନାପଦା ଗ୍ରାମ ନିକଟରେ ୨ ଜଣ ଗ୍ରାମବାସୀ ଗଭୀର ନଦୀନାଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।