ପୁରୀ(ମାନସ କୁମାର ଦାସ): କୋଣାର୍କ ସୂର୍ଯ୍ୟମନ୍ଦିରରେ ୬ଜଣିଆ ଏଏସଆଇ ଟିମ୍ ଅନୁଧ୍ୟାନ କରୁଛନ୍ତି । ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ମନ୍ଦିର ପରିସରରେ ସ୍ଥିତି ଅନୁଧ୍ୟାନ ଜାରି ରଖିଛନ୍ତି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି ଟିମ୍ । ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା । ଦୁଇ ବର୍ଷ ହେବ କାମ ଆରମ୍ଭ ହୋଇଛି । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର-ପଶ୍ଚିମ କୋଣ ଓ ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ପ୍ରଥମ ଆଇରନ ସିଡି ନିର୍ମାଣ କାମ ଶେଷ ହୋଇଛି । ବାଲି କାଢିବା କାମ ସମୂର୍ଣ୍ଣ ବନ୍ଦ ରହିଥିବାରୁ ପ୍ଲାଟଫର୍ମ ନିର୍ମାଣ କାମ ପରେ ମନ୍ଦିରର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ତ୍ତ ଖୋଳାଯିବ । ସେହିବାଟରେ ଗର୍ଭଗହରୁ ବାଲି କଢାଯିବା ନେଇ ସୂଚନା ମିଳିଛି ।