କେନ୍ଦ୍ର ସମବାୟ ବ୍ୟାଙ୍କ ଲିର ୬୫ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ…

ଭବାନୀପାଟଣା(ତୁଲମଣୀ ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ‌ ଲି ର ସଭାପତି  ଗିରିଶ ଚନ୍ଦ୍ର ବେହେରାଙ୍କ  ସଭାପତିତ୍ବରେ  ୬୫ ତମ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ସମବାୟ ବ୍ୟାଙ୍କ ଲିର ସମସ୍ତ ନିର୍ଦ୍ଦେଶକ/ନିର୍ଦ୍ଦେଶିକା ଓ ୬୧ ସମବାୟ ସମିତି ଲିର ସଭାପତି ତଥା ନିର୍ଦେଶକ/ନିର୍ଦ୍ଦେଶିକା ଓ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଲି ର କର୍ତୃପକ୍ଷଙ୍କ ଉପସ୍ଥିତିରେ ୨୦୨୩-୨୪ ବାର୍ଷିକ ବିବରଣୀ ପାଠ  କରିବା ସହ ଉକ୍ତ ବୈଠକରେରେ ସମବାୟ ସମିତିମାନେ କିଭଳି ଭାବରେ ଅଧିକରୁ ଅଧିକ ଋଣ ଲଗାଣ ଓ ଆସୁଲି ସହ ଚାଷୀମାନଙ୍କ ଉପକୃତ ପାଇ ଆଲୋଚନା  କରାଇଛି । ଚାଷୀମାନଙ୍କ ହଇରାଣ ନ କରିବା ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା କର୍ମଚାରୀମାନଙ୍କୁ ଉକ୍ତ ବୈଠକରେ କୁହାଯାଇଛି ।