କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ଶିଵ ମନ୍ଦିର ନିକଟରେ ବୁଧବାର ସକାଳେ ବାଇକ ଧକ୍କାରେ ମୋଟେର ପଞ୍ଚାୟତ ଜଳତାମୁଣ୍ଡା ଗ୍ରାମର ହଳଧର ପୁଝାରି (୫୬) ଗୁରୁତର ହେବାପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଡାକ୍ତରଙ୍କ ପରାମର୍ଶରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରୁଥିବା ବେଳେ ଅଧାବାଟରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ବାଇକକୁ ମୋଟେର ଫାଣ୍ଡି ପକ୍ଷରୁ ଜବତ କରାଯାଇଛି । ଏନେଇ ପରିବାର ଲୋକେ ମୋଟେର ଫାଣ୍ଡିରେ ଦୁର୍ଘଟଣା ଜନିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଭବାନୀପାଟଣାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।