ଦାମଯୋଡି ଠାରେ ପାରିପାର୍ଶ୍ବିକ ବିକାଶ ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ, ନାଲକୋରେ ନିଯୁକ୍ତି ନ ଦେଲେ ଆନ୍ଦୋଳନର ଚେତାବନୀ……

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦାମନଯୋଡ଼ି ଡଃ ଆମ୍ବେଦକର ପାର୍କ ଠାରେ ରବିବାର ଦିନ ଜାତୀୟ ଶିଳ୍ପ ଏବଂ ଖଣିଜ ପାରିପାର୍ଶ୍ବିକ ବିକାଶ ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ନାଲକୋ ଶିଳ୍ପାଞ୍ଚଳ ପାରିପାର୍ଶ୍ବିକ ପ୍ରଭାବିତ ଅଞ୍ଚଳର ଯୁବା ଯୁବତୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଥିଲା l ଏସିଆର ମହାଦେଶର ସର୍ବ ବୃହତ୍ତମ ଆଲୁମିନା ବିଶୋଧନ ଖଣିଜ ପ୍ରକଳ୍ପ କାରଖାନା  ନାଲକୋ 7 ଜାନୁୟାରୀ 1981 ମସିହାରେ ସ୍ଥାପିତ ହୋଇଥିଲା l ହେଲେ ଆଜକୁ 43 ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ଏବଂ ପାରିପାର୍ଶିକ ପ୍ରଭାବିତ ଅଂଚକରେ କୌଣସି ବିକାଶ ମୂଳକ କାମ ହୋଇ ନ ଥିବା କହିଛନ୍ତି ଦାମୋନଯୋଡ଼ି ନାଲକୋ ଶିଳ୍ପାଞ୍ଚଳ  ପାରିପାର୍ଶ୍ବିକ ପ୍ରଭାବିତ ଯୁବଗୋଷ୍ଠୀ l ପ୍ରତି ବର୍ଷ ପାରିପାର୍ଶ୍ବିକ ପ୍ରଭାବିତ ଅଞ୍ଚଳର ଯୁବା ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ଦକ୍ଷତା ଓ କୌଶଳ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଚୁକ୍ତି ହୋଇ ଥିଲା l କିନ୍ତୁ ଶିଳ୍ପର କର୍ପୋରେଟ ସାମାଜିକ ଦାୟିତ୍ୱ ପାଣ୍ଠି ଦ୍ୱାରା ଅଞ୍ଚଳର ବିକାଶ ନ କରି ଅନ୍ୟ ଜିଲ୍ଲାର ବିକାଶ କରୁଛି ବୋଲି ଅଭିଯୋଗ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି ପାରିପାର୍ଶ୍ବିକ ପ୍ରଭାବିତ ଯୁବଗୋଷ୍ଠୀ l ଏହି ଅଞ୍ଚଳରେ ନାଲକୋର ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ଯୁବ ଗୋଷ୍ଠୀ ମଧ୍ୟରେ ଦିନକୁ ଦିନ ବେରୋଜଗାର ବୃଦ୍ଧି ପାଉଛି l ଯାହା ପାଇଁ ଆଜି ଯୁବଗୋଷ୍ଠୀର ଅନ୍ଧାର ମୁହାଁ ଭବିଷ୍ୟତ ବୋଲି ଅଞ୍ଚଳର ବାସୀ କହିଛନ୍ତି l ନାଲକୋ ପକ୍ଷରୁ ଗତ ଦୁଇ ବର୍ଷ ପୂର୍ବେ ନିଯୁକ୍ତି ନିମନ୍ତେ ରୋଜଗାରକ୍ଷମତା ବୃଦ୍ଧି ତାଲିମ ଯୋଜନା ଆରମ୍ଭର ହୋଇ ଥିଲା l ଏଥି ନିମନ୍ତେ ଦୁଇ ବର୍ଷ ପୂର୍ବେ 900ରୁ ଉର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇ ଥିଲେ l କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇ ନାହିଁ l ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇ ଥିଲା l ଯଦି ଆଗାମୀ ଦିନରେ ନାଲକୋ ଶିଳ୍ପାଞ୍ଚଳ ପାରିପାର୍ଶ୍ବିକ ପ୍ରଭାବିତ ଅଞ୍ଚଳର ଯୁବା ଯୁବତୀଙ୍କୁ ନାଲକୋ ଶିଳ୍ପାଞ୍ଚଳରେ ନିଯୁକ୍ତି ନ ମିଳିଲେ ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛନ୍ତି ସଂଗଠନର ସଦସ୍ୟ ହରେଶ ହନ୍ତାଳ, ରମିଲ କୂଲଦୀପ, ପପୁ ଭତ୍ରା, ମୋଜେସ ବାଘ, ଆଶୀଷ କୂଲଦୀପ, ସୁରଜ ଶ୍ରୀହରି l ଏହି ବୈଠକରେ ବିଭିନ୍ନ ସଂଗଠନର ସଦସ୍ୟ ଯୋଗ ଦେଇ ଆନ୍ଦୋଳନକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ନାଲକୋ ଶିଳ୍ପାଞ୍ଚଳ ପାରିପାର୍ଶ୍ବିକ ପ୍ରଭାବିତ ଯୁବଗୋଷ୍ଠୀ ସଂଗଠନର ସଦସ୍ୟ ମତପ୍ରକାଶ କରିଛନ୍ତି l