ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଯାଇଛି l ମହାପୁରୁଷ ମହମ୍ମଦ ଗରିବୀ ଓ ଧନୀ ସମସ୍ତଙ୍କର ମହାପ୍ରଭୁ l ତାଙ୍କର ନୀତିଆଦର୍ଶରେ ଧାର୍ମିକବାଦ, ନୈତିକବାଦ ଓ ପରୋପକାର ଭାବନା ଦେଖାଯାଇଥାଏ l ସେ ସମସ୍ତଙ୍କୁ ଭାଇଚାରା ଓ ଏକତାର ପଥ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଥିବା ଠାକୁରାଣୀବେଡା ଓ ଇଚିଣ୍ଡା ସ୍ଥିତ ମହଜ୍ଜିତ ଠାରୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ ମୁସଲିମ ସମ୍ପ୍ରଦାୟର ସଦସ୍ୟ l ତାପରେ ନିଜ ସ୍ଥାନରେ ସମସ୍ତେ ପହଞ୍ଚି ସୌକତ ସଲାମ ପ୍ରଭୁଙ୍କ ଉଦ୍ଦେଶ୍ୟରେ କରିଥିଲେ l ପ୍ରଭୁଙ୍କ ଠାରେ ପ୍ରସାଦ ସମର୍ପଣ କରିବା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l ମହାପୁରୁଷ ମହମ୍ମଦଙ୍କ ପ୍ରେମୀ ଭାଇମାନେ ଖୁସି ଓ ଆନନ୍ଦ ଜାହିର କରିଥିଲେ l ଏହି ଅବସରରେ ସମସ୍ତେ ଆତ୍ମବିଭୋର ହୋଇ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂଗୀତ ଗାନ କରିଥିଲେ l ଠାକୁରାଣୀବେଡା ମହଜ୍ଜିତ କମିଟୀର ଏମଡି ଇସଲାମ, ଏମଡି ନାସିର, ଏମଡି ଇରସାଦ, ଏମଡି ଜାଲିଲ, ଏମଡି ସନୁ, ଏମଡି ସଦାମ୍, ଏମଡି ଇସମାଲ, ଏମଡି ଇଜାଜ, ଏମଡି ଆଫଜଲ, ଏମଡି କରି ହସମତ୍ ଓ ଏମଡି ନାସିମ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇଚିଣ୍ଡା ମହଜ୍ଜିଦ କମିଟୀର ଏସକେ ଆଫରିଦି, ଏସକେ ଜାହିର ହୁସେନ, ଏସକେ କରି ମନଜିର, ଏସକେ ଗୁଲୁ, ଏସକେ ଜାବେଦ, ଏସକେ ସାହିଲ, ଏସକେ ଅରବିଜ, ଏସକେ ନାସିର, ଏସକେ ଲବୁ, ଏସକେ ନାସିମ୍ ଓ ଏସକେ ରାଜ ପ୍ରମୁଖ ଯୋଗ ଦେଇଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମରେ ସମସ୍ତେ ପ୍ରଭୁ ମହମ୍ମଦଙ୍କର ଗୁଣକୀର୍ତ୍ତନ କରିଥିଲେ l