କାମାକ୍ଷାନଗର ବ୍ଲକ ଭାଗିରଥିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କବାଡି ଓ ଖୋଖୋ ପ୍ରତିଯୋଗିତା ଉଦଯାପିତ…

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଜଣେ ଉତ୍ତମ ଛାତ୍ର ଆଠ ଘଣ୍ଟା ପଢିବା ଓ ଆଠ ଘଣ୍ଟା ଶୋଇବା ବ୍ୟତୀତ ଦୁଇ ଘଣ୍ଟା ଖେଳିବା ସଙ୍ଗେ ଦୁଇ ଘଣ୍ଟା ଟିଭି ଦେଖା ଦୁଇ ଘଣ୍ଟା ଯୋଗ ସହ ଦୁଇ ଘଣ୍ଟା ସାଙ୍ଗସାଥିରେ ସମୟ ଦେବା ଏଭଳି ସ୍ଥିତିରେ ବିଦ୍ୟାଳୟରେ କ୍ରୀଡାରେ ନିପୁଣ ହେବା ପାଇଁ ଶିକ୍ଷା ବିଭାଗର ଏକ ପ୍ରୟାସ l କାମାକ୍ଷାନଗର ବ୍ଲକ ଭାଗିରଥିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ କ୍ରୀଡା ଉତ୍ସବ ଉଦଯାପନ ହୋଇଅଛି l ଏଥିରେ ବ୍ଲକର କବାଡି ଖେଳରେ ୧୨୮ ଜଣ, ଖୋଖୋ  ଖେଳରେ ୧୪୪ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ବର ବିଶ୍ବାଳଙ୍କ ତତ୍ବାବଧାନରେ ମୂଖ୍ୟ ଅତିଥି ଭାବେ ଏବିଇଓ ଅମ୍ବିକା ସାହୁ, ବ୍ଲକ ନୋଡାଲ ଅଫିସର ସୁରେନ୍ଦ୍ର କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ମହାନ୍ତି, ଆଲୁମିନି ସଭାପତି ଚନ୍ଦ୍ରମଣି ପଣ୍ଡା ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା କ୍ରୀଡା ସଂପାଦକ ପ୍ରତାପ କୁମାର ସାମନ୍ତଙ୍କ ସମେତ ବ୍ଲକରୁ ୨୦ଜଣ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l କ୍ରୀଡା ଶିକ୍ଷକ ରବିନ୍ଦ୍ର କୁମାର ରାଉତ, ସୁମତି ମିଶ୍ର,ସରିତା ସାହୁ,ପରିଚାଳନା କରୁଥିଲେ, ବିଦ୍ୟାଳୟର ଶିକ୍ଷୟିତ୍ରୀ ଭୁବନେଶ୍ବରୀ ସାହୁ, ଦିପ୍ତୀମୟୀ ଦାସ, ରାଜେଶ୍ବରୀ ସେଠୀ ସହଯୋଗ କରିଥିଲେ।