“ଦେଶିଆଞ୍ଚଳ୍ ମୁକ୍ତି ମୋର୍ଚ୍ଚା” ପକ୍ଷରୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲାର ଲକ୍ଷ୍ମୀ ପୁର ଠାରେ ଦେଶିଆଞ୍ଚଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଭିତିକ ନିଯୁକ୍ତି ଦାବିକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୂଲନିବାସୀ (ଦେଶିଆ)ମାନେ ଏକତ୍ରିତ ହୋଇ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ବିଷୟରେ ଚର୍ଚ୍ଚା କରିଥିଲେ l ଆଗାମୀ ଦିନରେ ଶୋଭାଯାତ୍ରା କରି ସରକାରଙ୍କୁ ଲିଖିତ ଆକାରରେ ଦାବୀ ପ୍ରଦାନ ପାଇଁ ସମସ୍ତ ବୁଦ୍ଧି ଜୀବି ସହମତି ପ୍ରକାଶ କରିବା ସହ ଆଲୋଚନା କରିଥିଲେ । ଏହି ବୈଠକରେ ଅବିଭକ୍ତ କୋରାପୁଟ (କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା) ଜିଲ୍ଲାର ବୁଦ୍ଧି ଜୀବି, ସମାଜସେବୀ ଯୋଗ ଦେବା ସହ ଦେଶିଆଞ୍ଚଳ୍ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ବୁଲୁ ମୁଦୁଲି, ନିର୍ଦ୍ଦେଶକ ପ୍ରଦିପ୍ତ ଟାକ୍ରି, ସଭାପତି ଲଳିତ ନାରାୟଣ ମାଡକାମି, ପପୁ ଭତ୍ରା, ରାଜେଶ ଜାନୀ, ଦାସି ନନ୍ଦିବାଳି, ଦେବରାଜ ନାଗ, ରାମିଲ୍ କୁଲଦିପ ପ୍ରମୁଖ ସାମିଲ ହୋଇ ଥିଲେ ।