କୋଣାର୍କ ବନଖଣ୍ଡ ପେଟ୍ରୋଲ ପମ୍ପ ରାସ୍ତା କଡରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର..

ପୁରୀ (ମାନସ କୁମାର ଦାସ): କୋଣାର୍କ ବନଖଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା ଘଟିଛି । ରାସ୍ତା କଡରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ କୋଣାର୍କ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି । ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ମହିଳାଙ୍କୁ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।