ସିନାପାଲି ବ୍ଲକ ପ୍ରଶାସନ ତରଫରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ….

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପ୍ରଶାସନ ତରଫରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିନାପାଲି ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଲା ବାହାରି ସିନାପାଲି ସହର ପରିକ୍ରମା କରିଥିଲେ । ସେଠାରୁ ସିନାପାଲି ବ୍ଲକ ପରିସରରେ ପହଞ୍ଚି ଗ୍ରୁପ ଆଳୋଚନା କରିବା ସହ ଦସ୍ତଖତ ଅଭିଯାନ କରାଯାଇଥିଲା । ସୁଭଦ୍ରା ଯୋଜନା ଉପରେ ମହିଲାମାନଙ୍କୁ ସଚେତନତା  କରିଥିବା ବେଳେ ମହିଲାମାନେ କିଭଲି ଏହି ଯୋଜନାରେ ସ୍ୱାବଲମ୍ବୀ ହେବେ ସେନେଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିନାପାଲି ବିଡିଓ ଅବିନାଶ ଲାକ୍ରା, ସିଡିପିଓ ଝରଣା ସତପଥୀ, ମିଶନଶକ୍ତି ବିପିସି ବିଜୟ କୁମାର ଭିତ୍ରିଆ, ଓଏଲଏମ ଶରତଚନ୍ଦ୍ର ଦିପ, ବିଏଲସି ରୋହିତ କୁମାର ସୁନାନୀ, ଆଇସିଡିଏସ୍ ସେକ୍ଟର ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ୩ଶହରୁ ଅଧିକ ଏସଏଚଜି ମହିଲା ଓ ବ୍ଲକ ସ୍ତରୀୟ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।