ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଘାଟିତ….

ଗଜପତି (ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ରବିବାର ଉଦଘାଟିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି  ପ୍ରସାଦ ପାଣି, ବିଡିଓ ସୁଧୀର କୁମାର ସିଂ, ଏବିଇଓ ଏସ୍. ପାପା ରାଓ, ପରିଚାଳନା କମିଟିର ସଭାପତି ରାମ ପ୍ରସାଦ ପାଇକ, ପ୍ରଧାନ ଶିକ୍ଷକ ପି. ମେନକା ରାଓ, ସୁନାମ ପରିଛା, ବି. ଖଗେଶ୍ବର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ପ୍ରତିଯୋଗିତାରେ  ବ୍ଲକର ୨୧ ଟି ବିଦ୍ୟାଳୟର ପ୍ରାୟ ୩୧୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି l ବାଳିକା ଓ ବାଳକ ବିଭାଗର କବାଡ଼ି, ଖୋ ଖୋ, ଭଲିବଲ୍, ଭାର ଉତ୍ତୋଳନ, ଦୌଡ଼  ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ଉତ୍ସବକୁ ଖେଳ ଶିକ୍ଷକ ଜଗତ ଚନ୍ଦ୍ର କାର୍ଯୀ, ସନ୍ତୋଷ ପ୍ରସାଦ ପଣ୍ଡା, ପ୍ରିୟଦର୍ଶି ମିଶ୍ରଙ୍କ ସମେତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ l ବିଭିନ୍ନ ସ୍କୁଲର ଗାଇଡ୍ ଶିକ୍ଷକ, ସିଆରସିସି ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ l