ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ଠାରେ ବାମନଘାଟୀ ଫୁଟବଲ ସଂଘ ଆନୁକୂଲ୍ୟରେ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ଗତ ଛଅ ତାରିଖରୁ ଆୟୋଜିତ ହୋଇଥିବା ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍ ଆଠ ତାରିଖରେ ଉଦଯାପିତ ହୋଇଯାଇଛି l ବାମନଘାଟୀ ଉପଖଣ୍ଡରୁ ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଶେଷ ଦିନରେ ବାହାର ରାଜ୍ୟରୁ ଖେଳାଳୀମାନେ ଆସି ଯୋଗ ଦେଇଥିଲେ l ପରିଶେଷରେ ସେଭେନ ଷ୍ଟାର ଗାଡରା ସହ ଟାଟା ଟେଲକୋର ଫାଇନାଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସେଭେନ ଷ୍ଟାର ଗାଡରା ଚମ୍ପିୟାନ ହୋଇଥିଲା ବେଳେ ଟାଟା ଟେଲକୋ ରନର୍ସ ହୋଇଥିଲେ l
ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ ଯୋଗ ଦେଇ ଚମ୍ପିୟାନ ଗ୍ରୁଫ୍ ଓ ରନର୍ସ ଗ୍ରୁଫକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ l ବିଜେତା ଟିମର ଜୁନା ସିଂକୁ, ସୋମାଇ ସୋରେନ, ଅନିଲ ଖଲଖୋ, ସୋମାଇ ମାଝୀ, କିରନ ସୟ, ମିରଜ୍ଜା ବେସ୍ରା, ଅର୍ଜୁନ ଟୁଡୁ, ଇଶ୍ବର ଟୁଡୁ, ଜୋଶିଲାଲ ମୁର୍ମୁ, ସୁମନ ହାଁସଦାଃ, ପରଶୁରାମ ଭୂରୁଲ ତଥା ଅନ୍ୟମାନେ ସମବେତ ହୋଇଥିଲେ l ଏହି ସମୟରେ ବାମନଘାଟୀ ଫୁଟବଲ ସଂଘର ସଭାପତି କିଶୋର ଚନ୍ଦ୍ର ମହାନ୍ତ, ଉପସଭାପତି ଦିଲ୍ଲୀପ ମାଝୀ, ସଂପାଦକ ଅଜିତ କୁମାର ବାସ୍କେ, ସହସଂପାଦକ ଲମ୍ବୋଦର ମାଝୀ, ଉପଦେଷ୍ଠା ମନୋରଂଜନ ପରମାଣିକ, କୋଷାଧକ୍ଷ ଅଇଠୁ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଓକିଲ ଦୁଷ୍ମନ୍ତ ବସା ଓ କ୍ରୀଡା ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ଫୁଟବଲ କ୍ରୀଡାର କମେଟ୍ରି ଅର୍ଥାତ୍ ସମାଲୋଚନା କରିଥିଲେ l ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ l