ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ……

ଚିଲିକା(ସଂଗ୍ରାମ ରଣା): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଶାଳିଆ ବିଦ୍ୟାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ , ପ୍ରତାପ ମାଣିକପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ ଶିବିରର ଉଦ୍‌ଘାଟନ ବିଦ୍ୟାଳୟର ସଭାପତି ମାଧବ ଚନ୍ଦ୍ର ଦଳେଇଙ୍କ କରକମଳରେ କରାଯାଇଥିଲା । ଏହି ଶିବିରରେ ୨୦୯ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ପ୍ରଦାନ କରିବା ସହିତ  ୬୫ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି । ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମି ସୁଦିପ୍ତା ଆଚାର୍ଯ୍ୟ ଓ ଚକ୍ଷୁ ସହାୟକ ମଧୁସ୍ମିତା ମହାପାତ୍ର  ଦ୍ବାରା ପରୀକ୍ଷା କରାଯାଇଥିଲା । ମୋତିଆବିନ୍ଦୁ ଅପରେସନ ପାଇଁ ୧୪ ଜଣ ଯୋଗ୍ଯ ହିତାଧିକାରୀଙ୍କୁ  ଭୁବନେଶ୍ବରସ୍ଥିତ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ଦ୍ବାରା ଚିହ୍ନଟ କରାଯାଇ ସେମାନଙ୍କୁ ନିଜ ଦାୟିତ୍ୱରେ ଭୂବନେଶ୍ବର ନେଇ ଆସନ୍ତା କାଲି ଅସ୍ତ୍ରୋପଚାର କରି ତା’ ପର ଦିନ ସେମାନଙ୍କୁ ନିଜ ଗ୍ରାମରେ ପହଁଚାଇବାର ବ୍ୟବସ୍ଥା କରାଯାଇଛି । ଚକ୍ଷୁ ଦାନ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ଚକ୍ଷୁ ଦାନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ସେଥି ମଧ୍ୟରୁ ୨୫ ଜଣ ବ୍ୟକ୍ତି ଚକ୍ଷୁ ଦାନ କରିବା ନିମିତ୍ତ ସହମତି ପ୍ରକାଶ କରିଥିଲେ । କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକ, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ସୁରେଶ ଚନ୍ଦ୍ର ବେହେରା, ରବିନାରାୟଣ ନାୟକ, ଜଗଦୀଶ ଲାଖୋଟିଆ, ଗୋପାଳ ଚନ୍ଦ୍ର ନାୟକ, ନନ୍ଦ କିଶୋର ମିଶ୍ର ଓ ସଭ୍ୟ ଡ. ଚିନ୍ତାମଣି ମିଶ୍ର, ଡା. ସିଏ. ମନୋରଞ୍ଜନ ବାରିକ, ସୁନୀଲ କୁମାର ପାତ୍ର, ପ୍ରସନ୍ନ ସାମନ୍ତରାୟ, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ଡ.ସୁନୀଲ କୁମାର ପଟ୍ଟନାୟକ, ସୋମନାଥ ସୁବୁଦ୍ଧି ଓ ପ୍ରମୋଦ ପୃଷ୍ଟି ପ୍ରମୁଖଙ୍କ ସହିତ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଅଧୀନସ୍ଥ ଆଶା କର୍ମୀମାନେ  ଶିବିର ପରିଚାଳନା କରିଥିଲେ । ଉକ୍ତ ଶିବିରକୁ ବାଲୁଗାଁ ଶ୍ରୀଜଗନ୍ନାଥ ଚକ୍ଷୁ ଚିକିତ୍ସାଳୟ ଓ ମେଡିସିନ୍ ଷ୍ଟୋର ବିଶେଷ ଭାବରେ ସହାୟତା କରିଥିଲେ ।